Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kumarlal Rana

Inspirational Others

3  

Kumarlal Rana

Inspirational Others

ବିଦ୍ୟାର୍ଥୀ

ବିଦ୍ୟାର୍ଥୀ

1 min
171


 ବିଦ୍ୟା ଦିଏ କର୍ମ ବିଦ୍ୟା ଦିଏ ଧର୍ମ

      ବିଦ୍ୟା ଦିଏ ଜ୍ୟୋତି ପୂଜା l

  ବିଦ୍ୟା ଅରଜନେ ଦକ୍ଷତା ବଢାଅ

      ଉଡ଼ି ଥାଉ ବଡ଼ ଧ୍ବଜା l

ବିଦ୍ୟା ଆମ ଭାଇ ଜଗତର ମିତ

     ଜିଣିଥାଉ ଭୂମଣ୍ଡଳ l

ବିଦ୍ୟାରୁ ବିକାଶ  ଧନର  ପ୍ରକାଶ  

    ବିଦ୍ୟା ଅଟଇ ସମ୍ବଳ l

ଘେନ ହେ ବିଦ୍ୟାର୍ଥୀ ବିଦ୍ୟାର ମହତ୍ୱ

     ଜାଗ୍ରତ କର ଜଗତ l

ବିଦ୍ୟାର୍ଥୀ ମାନଙ୍କ ପୁଣ୍ୟ ପ୍ରଭା ହିତ 

     ବିଦ୍ୟାରେ ହେଉ ପୂରିତ l

ବିଦ୍ୟାର ବିକାଶ ହିତ ମଧ୍ୟେ ଯଶ

         ହୁଏ ଜଗତରେ ବଢ଼ି l

ବିଦ୍ୟା ଅଧ୍ୟୟନ କର ହେ ବାଳକ

        ବିଦ୍ୟାକୁ କେବେ ନ ଛାଡି l

ଯାହା ଠାରେ ଉଭା ମାଆ ସରସ୍ବତୀ

      ତା ଠାରେ ବିଦ୍ୟା ବିକାଶ l

ମାଆ ବୀଣାପାଣି ଦେଇ ଥାନ୍ତି ନିତି

       ବିଦ୍ୟାର ପୁଣ୍ୟ ପ୍ରକାଶ l



Rate this content
Log in