STORYMIRROR

Satyabati Swain

Inspirational Children

4  

Satyabati Swain

Inspirational Children

ବିଦ୍ୟାଳୟ

ବିଦ୍ୟାଳୟ

1 min
504


ସବୁଠୁ ସୁନ୍ଦର ବିଶ୍ୱରେ ନିଆରା

"ଜନତା ବିଦ୍ୟାଳୟ" ମୋର

ଦୁନିଆରେ କାହିଁ ଏମିତ ଥାନଟେ

ହେବ ବିଦ୍ୟାର ମନ୍ଦିର।।


ଏଇଠୁ ଆରମ୍ଭ ଜୀବନ ଶିକ୍ଷା ମୋ

ଅକ୍ଷର ପୁସ୍ତକ ମଧ୍ୟେ

ଦୁନିଆ ଚିହ୍ନିଛି ଭଲ ମନ୍ଦକୁ ବୁଝିଛି

କେତେ ଲୀଳାୟିତ ଛନ୍ଦେ।।


କିଛି ହେବା ପାଇଁ କଣ କରିବ

ଏଇ ତ ଶିଖାଇ ଥିଲା

ବଢିବାକୁ ହେଲେ ପଢିବାକୁ ହେବ

ଏ ମନ୍ତର ସିଏ ଦେଲା।


ଯେଉଁଠି ରହିଲେ ଯାହା ବି ମୁ ହେଲେ

ତତେ ତ ଭୁଲିବି ନାହିଁ

ଚିର ସ୍ମରଣୀୟ ଚିର ବନ୍ଦନୀୟ

ରେଭେନ୍ସା ତ ମୋ ପାଇଁ।।


ଦେଖୁଛି ତାରିଖ ଭାବୁଛି ଅନେକ

ତୋ ପାଖେ ଯିବି ମୁଁ କେବେ

କେତେ ସାଙ୍ଗ ମୁହଁ ଦେଖିବ ଏ ଆଖି

ଆତୁର ଏ ପ୍ରାଣ ଏବେ।।


ଚିହ୍ନି କି ପାରିବି ସବୁ ବନ୍ଧୁ ମୁହଁ

ଦେଖିନାହିଁ କେତେ ଦିନୁ

 ତିରିଶ ବରଷ ଗଲାଣି ତ ବହି

 ‎ସବୁ ମୁହଁ କି ଥିବ ସେ ମନେ।।


 ‎ଚଞ୍ଚଳ ଅଧିର ଏ ମୋ ମନ ପ୍ରାଣ

 ‎ସମୟ ସତେକି ଚାଲୁଛି ଧୀର

 ‎ଅପେକ୍ଷା ରହିଛି ସେଇ ଦିନ ତାରିଖକୁ

 ‎ଏତେ କିଆଁ ଅଥୟ ଆତୁର।।


 ‎ପୁରୁବର ସୂର୍ଯ୍ୟ ପଶ୍ଚିମକୁ ଯାଏ

 ‎କେତେ କଥା ବ୍ୟଥା ମନେ

 ‎ଦେଖା ହେଲେ ବନ୍ଧୁ ବଣ୍ଟା ବଣ୍ଟି ହେବ

ଅପେକ୍ଷା ଟି ସେଇ ଦିନେ।। ‎


 ଏମର ସଂସାର କିଛି ନୁହେଁ ଚିର

 ‎ବନ୍ଧୁତା ଚିର ସୁନ୍ଦର

 ‎ଯିଏ ଯହିଁ ଅଛ ଯେତେ ମୋର ବନ୍ଧୁ

 ‎ସୁଖେ ରଖନ୍ତୁ ଈଶ୍ୱର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational