Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅଜୟ କୁମାର Ajaya Kumar ବେହେରା Behera

Inspirational Others

4.5  

ଅଜୟ କୁମାର Ajaya Kumar ବେହେରା Behera

Inspirational Others

ଆଧୁନିକ ରଜ ମଉଜ

ଆଧୁନିକ ରଜ ମଉଜ

2 mins
355


ବନସ୍ତେ ଡାକୁନି ଗଜ

ବରସକୁ ଥରେ ଆସଇ ରଜ ଲୋ

ଆସଇ ରଜ ଲୋ 

ନେଇ ନୂଆ ସଜବାଜ ।୧।

ରଜପର୍ବ ପୂର୍ବ ଦିନ

ସଜବାଜ ପାଇଁ କୁଆଁରୀ ମନ ଲୋ

କୁଆଁରୀ ମନ ଲୋ 

ହେଉନି ଏବେ ଉଚ୍ଛନ୍ନ ।୨।

ପରିବେଶ ହେଲା ନାଶ

ବୃକ୍ଷ କାଟି ଲୋକେ କରିଲେ ଶେଷ ଲୋ

କରିଲେ ଶେଷ ଲୋ 

ସ୍ୱପ୍ନ ଦୋଳି ଖେଳ ଦୃଶ୍ୟ ।୩।

ବାଉଁଶ ଦଉଡି ଦୋଳି

ବୃକ୍ଷ ମୂଳେ ଆଉ ନାହିଁ ଗହଳି ଲୋ

ନାହିଁ ଗହଳି ଲୋ 

ଝିଅ ବୋହୂଙ୍କର ମେଳି ।୪।

ରଜ ଦୋଳି ପଲ୍ଲୀ ଗୀତ

ଶୁଣିବାକୁ ଆଉ ମିଳୁନି ମିତ ଲୋ

ମିଳୁନି ମିତ ଲୋ 

ବାଜେ ଅଲବମ ଗୀତ ।୫।

ଆକାଶେ ଉଡୁନି ଗୁଡି

ପାଣିପାଗ ଏବେ ଯାଏ ବିଗିଡି ଲୋ

ଯାଏ ବିଗିଡି ଲୋ 

ଖରା ତାତି ଯାଏ ବଢି ।୬।

ବାଗୁଡି କବାଡି ଖେଳ

ଖେଳିବାକୁ ନାହିଁ କାହାର ବେଳ ଲୋ

ନାହିଁ କାହାର ବେଳ ଲୋ 

ମୋବାଇଲି ହେଲା କାଳ ।୭।

ତାଆସ ଲୁଡୁର ପାଲି

ଯୁବକ ବୟସ୍କ ଗଲେଣି ଭୁଲି ଲୋ

ଗଲେଣି ଭୁଲି ଲୋ 

ବସନ୍ତି ଟିଭିକୁ ଖୋଲି ।୮।

ରଜ ପୋଡ଼ ପିଠା ଖିରି

ବାଉଁଶ ଅଥାର ମଣ୍ଡା ଏଣ୍ଡୁରି ଲୋ

ମଣ୍ଡା ଏଣ୍ଡୁରି ଲୋ 

ମିଳୁନି ଘରେ କାହାରି ।୯।

ପିଜା ବର୍ଗରରେ ମନ

ବଜାରରେ ଖୋଲା କେତେ ଦୋକାନ ଲୋ

କେତେ ଦୋକାନ ଲୋ 

ବିକନ୍ତି ମୃଦୁ ପାନୀୟ ।୧୦।

ଦେଶୀ କୁକୁଡ଼ା ଖାସି ମାଂସ

ଗାଆଁ ଓ ପଲ୍ଲୀରେ ନାହିଁ ତା ବାସ ଲୋ

ନାହିଁ ତା ବାସ ଲୋ 

ବ୍ରୟେଲର ମୋଡେ ନିଶ ।୧୧।

ଗାଆଁ ପୋଖରୀରେ ମାଛ

ରୋହୀ କି ଭାକୁଡ଼ ହେଉନି ଚାଷ ଲୋ 

ହେଉନି ଚାଷ ଲୋ 

ଆନ୍ଧ୍ର ଯୋଗେଇଛି ମାଛ ।୧୨।

ରଜରେ ମସଲା ପାନ

ଦେଖିବାକୁ ହେଲା ସାତ ସପନ ଲୋ

ସାତ ସପନ ଲୋ 

ତମାଖୁ ମୋହୁଛି ମନ ।୧୩।

ଦେଶୀ ଦହି ସରବତ

ବାଡ଼ି ଲେମ୍ବୁ ପାଣି କାଚ ଗିଲାସ ଲୋ

କାଚ ଗିଲାସ ଲୋ 

ବୋତଲ କଲା ବିନାଶ ।୧୪।

ବିଦେଶୀ ମଦର ନିଶା

ମଣିଷ ମୁଣ୍ଡରେ ବାନ୍ଧିଛି ବସା ଲୋ

ବାନ୍ଧିଛି ବସା ଲୋ 

ଭାଙ୍ଗ ଗଞ୍ଜେଇରେ ଆଶା ।୧୫।

ରଜ ମଉଜରେ ଭୋଜି

ରାଜନୀତି ପାଇଁ ଗଲାଣି ହଜି ଲୋ

ଗଲାଣି ହଜି ଲୋ 

ପରସ୍ପର ଶତ୍ରୁ ସାଜି ।୧୬।

ଭାଇଚାରା ପର୍ବ କହି

ବିଦେଶୁ ଗାଆଁକୁ ଫେରୁନି କେହି ଲୋ

ଫେରୁନି କେହି ଲୋ 

ସହର କରିଛି ବାଇ ।୧୭।

ଗଣପର୍ବ ରଜ ଏହି

ଏକାଠି ପାଳିବା ଯାଏ ଉଭେଇ ଲୋ

ଯାଏ ଉଭେଇ ଲୋ 

ଭାବରେ ଅଭାବ ହୋଇ ।୧୮।

ପରମ୍ପରା ଯାଏ ବୁଡି

ପାଶ୍ଚାତ୍ୟ ଢାଞ୍ଚାରେ ସମସ୍ତେ ପଡି ଲୋ

ସମସ୍ତେ ପଡି ଲୋ 

ସ୍ବଦେଶୀ ସଂସ୍କୃତି ଛାଡି ।୧୯।

ସମସ୍ତଙ୍କୁ ନିବେଦନ

ପରମ୍ପରା ପ୍ରତି ଦିଅ ଗୋ ଧ୍ୟାନ ଲୋ

ଦିଅ ଗୋ ଧ୍ୟାନ ଲୋ

ସଂସ୍କୃତି ଆମ ମହାନ ।୨୦।


Rate this content
Log in

Similar oriya poem from Inspirational