STORYMIRROR

BISWESWAR MAJHI

Abstract

2  

BISWESWAR MAJHI

Abstract

ବିଦ୍ୟାଳୟ ସାଥୀ

ବିଦ୍ୟାଳୟ ସାଥୀ

1 min
299

ତେସ୍ତରି ସାଲ ନୂଆ କରି ଆରମ୍ଭିଲି ହାଇସ୍କୁଲ ପାଠ

ଗୋପାଳ ସ୍ମୃତି ବିଦ୍ୟାପୀଠରେ ନାମ ଲେଖି ହେଲି ଚାଟ

ପ୍ରଥମ ବେଂଚଟି ଝିଅ ପିଲାଙ୍କର ଦ୍ୱିତୀୟ ବେଂଚରେ ମୋର

ଆସ୍ଥାନ ବ୍ୟବସ୍ଥା ଶ୍ରେଣୀ ଶିକ୍ଷକଙ୍କ ହେଲା ତହିଁ ବସିବାର

ବିଶ୍ୱନାଥ ଧନଂଜୟ ପ୍ରଶାନ୍ତ ବିଷ୍ଣୁ ସହ ପାଂଚ ମିଶି

ପଂଚ ପରମେଶ୍ଵର ପରି ଅନୁଭବ କଲୁ ସାଥି ମେଳେ ହସି

ଛୋଟ ଖେଳଛୁଟି ଦ୍ୱିତୀୟ ପିରିୟଡ ବଡ ଚତୁର୍ଥ ପରର

ଚାରିଟା ବାଜିଲେ ଘରକୁ ଧାଇଁବା ଛଅ କିମି ବାଟ ଦୂର

ପ୍ରଥମ ହିନ୍ଦି ପିରିୟଡ ଦିନ ଆମ୍ବଟା କି ଲିଂଗ ବୋଲି

ହିନ୍ଦି ଶିକ୍ଷକ ପ୍ରଶ୍ନ ପଚାରିଲେ କ୍ଳୀବ ଲିଂଗ କହିଦେଲି

ଠୋ କିନା ଗୋଟେ ଚଟକଣି ମତେ ଉପହାର ମିଳିଗଲା

ମନେ ଭାବେ ଶିକ୍ଷକଙ୍କ ଜ୍ଞାନ ନାହିଁ ଦଣ୍ଡ କାହିଁକି ମିଳିଲା

ଅନ୍ୟ ସାଥୀମାନେ ହିନ୍ଦି ପଢିଥିଲେ ବୁଝାଇ କହିଲେ ମତେ

କ୍ଳୀବ ଲିଂଗ କିଛି ହିନ୍ଦିରେ ନଥାଏ ପୁଲିଙ୍ଗ ସ୍ତ୍ରୀଲିଙ୍ଗ ଗତେ

ଖେଳଛୁଟି ବେଳେ ପଇସା ଏକାଠି କରି ସାଂଗ ମାନଙ୍କର

ପିଆଜି କି ବୁଟ ଭଜା ଖାଉ ଆମେ ନଥାଏ ଭିନ୍ନ ବିଚାର

ଝିଅ ପିଲା କିଏ ପଛକୁ ଚାହିଁଲେ ଲାଜରେ ଝାଉଁଳି ପଡେ

କଥା ପଚାରିଲେ ପାଟି ଖନି ବାଜେ ଧୀରେ ଅଭ୍ୟାସ ବଢେ

ଚିମୁଟା ଚିମୁଟି ଠେଲା ଠେଲି ସବୁ ଶିକ୍ଷକଙ୍କ ଆଢୁଆଳେ

ଧରା ପଡିଗଲେ ପିଠିରେ ଗଡିଆ ପୋଖରୀ କେତେ ଯେ ଖୋଳେ

ଏକାଦଶ ଶ୍ରେଣୀ ଆସିବାରୁ ଆଖି ଖୋଲିଗଲା ଧିରେ ଧିରେ

ରାଣିହାଟ ଠାରେ ହିନ୍ଦ ସିନେମା ରେଭେନ୍ସା କଲେଜ ଛକରେ

ମାଟ୍ରିକ ସରିଲା ରେଭେନ୍ସାରେ ଆସି କିଛି ସାଙ୍ଗ ହେଲେ ଭେଟ

ଆଉ କିଛି ସାଂଗ ପଛେ ରହିଗଲେ ନହେବାରୁ ଭଲ ଚାଟ

ବିଶ୍ୱନାଥ ଗଣିତର ଅଧ୍ୟାପକ ପ୍ରଶାନ୍ତ ଲୋକ ସଂପର୍କ

ଧନଂଜୟ ବ୍ୟାକ ଚାକିରୀରେ ବ୍ୟସ୍ତ ସେପଥେ ମୁହିଁ ପଥିକ

ସ୍କୁଲ ବେଳର ନିର୍ଦ୍ଦୋଷ ବନ୍ଧୁତା ଖୋଜିଲେ ନମିଳେ ଆଉ

ଆଜି ରାଗ ଋଷା କାଲି ମିଳାମିଶା ବେଂଚ ଅମର ରହୁ

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract