STORYMIRROR

Prasanna Kumar Madala

Abstract

2  

Prasanna Kumar Madala

Abstract

ବିଦ୍ରୋହ ସ୍ବର

ବିଦ୍ରୋହ ସ୍ବର

1 min
111

ସର୍ବନିମ୍ନ ଯାହା   ଆବଶ୍ୟକତା ମୋ'

ଯାଆନ୍ତା କି ଦିନେ ପୂରି

ତୁମ ପାଇଁ ମଧ୍ୟ      ପ୍ରଚାର କରନ୍ତି

ଦାଣ୍ଡରେ ପକାଇ ହୁରି

ଜିତିଗଲା ପରେ   ପାସୋରି ଦେଇଛ

ପ୍ରତିଶ୍ରୁତି ମାନ ଟାଳି

ଇଚ୍ଛା ତ ହେଉଛି    ଅଭିଶାପ ଦେଇ

ଦିଅନ୍ତି ତୁମକୁ ଜାଳି

କିଛି ତ ଦେଇନ    ଦେଇଅଛ ଯାହା

ମତଦାନ ପରିଚୟ

ପ୍ରରୋଚନା କରି   ଛଡାଇଛ ଯେତେ

ଭବିଷ୍ୟତ ଅନିଶ୍ଚୟ

ଭାବଧାରା ତୁମ     ପ୍ରଜାପ୍ରେମ ନୁହଁ

ସଂଗଠନେ ସ୍ବେଚ୍ଛାଚାରୀ

ପରସ୍ପର ମଧ୍ୟେ     ବିଦ୍ବେଷ ଭରିଛ

ସହନଶୀଳତା ମାରି

ଦେଖିଲୁ ବହୁତ     ସୁଶାସନ ତଥା

ଶାଳୀନତା ସଦାଚାର

ପ୍ରଶସ୍ତି ଗାନରେ     ଶୁଭୁନାହିଁ ଆଉ

ସଚିବଙ୍କ ଭ୍ରଷ୍ଟାଚାର

ଲୋକତନ୍ତ୍ରେ ତୁମ    ଭାବନା ସହିତ

ଯିଏ ନୁହେଁ ସହମତ

ଦେଶଦ୍ରୋହୀ ବୋଲି   ପ୍ରଘଟ କରୁଛ

ଭରିବ କେମିତି କ୍ଷତ

ଶିଥିଳ ପାଦକୁ      ଗରିବଙ୍କ ମଥା

ଭାରୀ କି ନୁହଁଇ ସତେ

ବଞ୍ଚିବାର ଭାର     ବଢାଇ ଚାଲିଛ

ଧନିକ ସୁବିଧା ଅର୍ଥେ

ଏହି କଥା ପାଇଁ    ପ୍ରତିବାଦ କଲେ

ରାଜମାର୍ଗ ପରେ ରହି

ବାହୁବଳେ ତୁମେ    ଦଳିଛ ତାହାଙ୍କୁ

ନକ୍ସଲୀ ପ୍ରଭାବ କହି

ବ୍ୟୟବହୁଳ ଏ'     ପ୍ରଚାର-ପ୍ରସାର

ସମ୍ଭବ ହେଉଛି ଯଦି

ଲୁଟିନାହଁ କିବା      ତହିଁର ପ୍ରଭାବ

ଗରିବ ପିଠିରେ ଲଦି

ମୌଳିକ ସମସ୍ୟା   ବୁଝିବା ନିମନ୍ତେ

ନଥିବ ଯେ'ଯାଏଁ ତର

ଜନସାଧାରଣଙ୍କ    ମନରେ ଉଠିବ

ଏଭଳି ବିଦ୍ରୋହ-ସ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract