STORYMIRROR

Hrushikesh Satpathy

Inspirational

4  

Hrushikesh Satpathy

Inspirational

ବିଧାନକର୍ତ୍ତା ହେ

ବିଧାନକର୍ତ୍ତା ହେ

1 min
23.2K

ବିଧାନକର୍ତ୍ତା ହେ ! ପଢି ମୁଁ ପାରୁନି

     ନିୟମାବଳୀ ତୁମରି !

କେଉଁ ସୋପାନରୁ ସପନ ଗୋଟେଇ

    ସଂସାର କଲ ତିଆରି !!


ଚାରିଆଡେ ଖାଲି ହା ଅନ୍ନ ଚିତ୍କାର

    ଆତଙ୍କବାଦୀ ହୁଙ୍କାର ।

ମଣିଷର ରକ୍ତ    ମଣିଷ ପିଉଛି

   ନାମକୁ ମାତ୍ର ସଂସାର ।।


ଧନୀର ଦୁଆରେ କୁବେର ଭଣ୍ଡାର

   ଗରିବ ଘର ଅନ୍ଧାର ।

ସମସ୍ତଙ୍କ ପିତା ବୋଲାଅ ନିଜକୁ

   କିମ୍ପା ପାତର ଅନ୍ତର ??


ସଂସାର ନାମରେ ଅସାର ସାମ୍ରାଜ୍ୟ

   ଅକର୍ମା ଅଯୋଗ୍ୟ ହାତେ ।

ଥୋଇ ଦେଇଛ ହେ ବିଧାନକରତା

   ସ୍ୱାର୍ଥ ସମ୍ଭୋଗର ସାଥେ ।।


ତୁମ ସୃଜନୀର   ସୃଜନଶୀଳତା

    କଳଙ୍କରେ କଳଙ୍କିତ ।

ନୀରବେ ନୀରବେ ଦେଖି ହସୁଅଛ

   ନ ହୋଇ ତିଳେ ଚିନ୍ତିତ ।।


ମୂକସାକ୍ଷୀ କରି  ତୁମରି ନାମର

   ଶୂନ୍ୟ ସଂକୀର୍ତ୍ତନ ଗାଇ ।

ମିଛ ଭକତିର   ସୁର ତୋଳୁଛନ୍ତି

   ଛଳ ସଙ୍ଗୀତ ସଜାଇ ।।


ହେ ବିଧାନକର୍ତ୍ତା ! ତୁମ ବିଧାନର

    ନିଶ୍ଚଳ ନିୟମାବଳୀ ।

ବଦଳାଇ ଦିଅ  ସମୟ ଭିତ୍ତିରେ

   ଦେଇ ନୂଆ ତଥ୍ୟାବଳୀ ।।


ଧନୀ ଦରିଦ୍ରଙ୍କ ପାର୍ଥକ୍ୟ ନ ରହୁ

   ନ ରହୁ ବାଦବିବାଦ ।

ମଣିଷକୁ ନେଇ ମଣିଷ ଭିତରେ

   ଜାଗୁ ହେ ମାନବବାଦ ।।


ସ୍ନେହ ଶ୍ରଦ୍ଧା ଆଉ ଭାବ ବନ୍ଧନରେ

   ବାନ୍ଧିହେଉ ଏ ସଂସାର ।

ସମଗ୍ର ବିଶ୍ୱରେ ପ୍ରତିଷ୍ଠା ବି ହେଉ

   ବନ୍ଧୁତ୍ୱ ଓ ଭାତୃତ୍ବର ।।


Rate this content
Log in

Similar oriya poem from Inspirational