STORYMIRROR

Sanskruti Mohanty

Inspirational

3  

Sanskruti Mohanty

Inspirational

ବିଦେଶ ଫେରନ୍ତା

ବିଦେଶ ଫେରନ୍ତା

1 min
414


ବିଦେଶ ଫେରନ୍ତା ଯେତକ

ଭାରି ତାଙ୍କ ଛଇ ଛଟକ

ଦେଖି କୋରୋନାର ଆତଙ୍କ

ଏବେ ଉଈ ଖାଇଲାଣି ଜାତକ

ସେଠୁ କୋରୋନାକୁ ଆଣିଲେ

ଭାରତରେ ତାକୁ ବାଣ୍ଟିଲେ

ଏବେ ଘରେ ରହିଛନ୍ତି ଅଟକ

ଲାଗିଗଲା ତାଙ୍କୁ ପାତକ

ଲୋକ ଦେଖି ନାକ ଟେକନ୍ତି

ମନେ ମନେ ଗାଳି ଦିଅନ୍ତି

ଚୋର ଖଣ୍ଟ ପରି ଲୁଚନ୍ତି

କେତେ ହନ୍ତସନ୍ତ ହୁଅନ୍ତି

ବିଦେଶ ଯିବାର ଗରବ

ହେଇଗଲା ସବୁ ଖରବ

ଭଲପାଅ ନିଜ ଦେଶକୁ

ଡାକ ନାହିଁ ମହାମାରୀକୁ

ବେଳ ଥାଉ ଥାଉ ହୁଅ ସତର୍କ

ସରଗକୁ ଆଉ କରନା ନର୍କ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational