STORYMIRROR

Sukadev Mahanta

Abstract Tragedy

4  

Sukadev Mahanta

Abstract Tragedy

ବିଦାୟ ମନୋଜ ଦାସ

ବିଦାୟ ମନୋଜ ଦାସ

1 min
411

ହେ ପ୍ରଜ୍ଞାପୁରୁଷ   ହେ ମନୋଜ ଦାସ

      କୋଟି ପ୍ରଣାମ ତୁମକୁ

ତୁମ ପୁଣ୍ୟ ଆତ୍ମା   ଅମର ରହିବ

     ବାଛିନେଇ ବୈକୁଣ୍ଠକୁ |

ସାହିତ୍ୟ ଆକାଶ   ଧ୍ରୁବତାରା ତୁମେ

      ଯଶୋଦୀପ୍ତ ଏଇ ଭବେ

ତୁମର ବିୟୋଗେ     ଯେଉଁ କ୍ଷତି ହେଲା

      ପୂରଣ ହେବନି କେବେ |

ତୁମରି ସାଧନା    ସାହିତ୍ୟ ଜଗତେ

     ଲେଲିହାନ ଦୀପ ଶିଖା   

ଓଡିଆ ଇଂରାଜୀ   ସାହିତ୍ୟ କ୍ଷେତ୍ରରେ

      କାଳଜୟୀ ତୁମ ଲେଖା |

'ସମୁଦ୍ର  କ୍ଷୁଧା'ରୁ   ଆରମ୍ଭ ତୁମର

     ଗଳ୍ପ ରଚନାର ଯାତ୍ରା

ମାର୍କସବାଦର     ପରମ ପୂଜାରୀ

    ଦେଦୀପ୍ତ   ଜୀବନ ଯାତ୍ରା |

ସଫଳ  ଶିକ୍ଷକ     ଗଣ ସଂଗୀତର

     ଗାୟକ ଓ ଗୀତିକାର

ଭାବଗର୍ଭକତା      ରସ ନିପୁଣତା

     ସ୍ରଷ୍ଟା କଥା ସାହିତ୍ୟର |

ଋଷି  ଅରବିନ୍ଦ    ନୀତି ଆଦର୍ଶରେ

     ହୋଇଣ ଅନୁପ୍ରାଣିତ

ପୁଦୁଚେରୀ  ସ୍ଥିତ   ଆଶ୍ରମରେ  ତୁମ

     କାର୍ଯ୍ଯ ସର୍ବ ପ୍ରଶଂସିତ |

ପ୍ରବନ୍ଧରେ ତୁମ  ନିଜ ବିଶ୍ଳେଷଣ

   ତୁମ ନିଜସ୍ବ ବକ୍ତବ୍ୟ

କବିତାରେ  ତୁମ   ଅନ୍ବେଷା ବୋଧ ଓ

     ଛନ୍ଦ ବିଳାସ ଦ୍ରଷ୍ଟବ୍ୟ |

ଉପନ୍ୟାସେ ତୁମ    ସଚରାଚରର

      ଅନାଲୋଚିତ ଦିଗନ୍ତ

ରୂପାୟିତ କରି    ହୋଇଅଛ ତୁମେ

       ସାରା ବିଶ୍ବେ ପ୍ରଶଂସିତ |

ସାହି୍ତ୍ୟ ଆକାଶ    ଉଜ୍ଜ୍ବଳ ଜ୍ୟୋତିଷ୍କ

     ହୋଇଅଛ  କକ୍ଷଚ୍ୟୁତ

ଚିର ବିଦାୟର     ବିଷାଦେ ସମଗ୍ର

      ଧରା ଆଜି ସ୍ତମ୍ଭୀଭୁତ |

ଅଶ୍ରୁଳ ନୟନେ  ବିଦାୟ ଦେଉଛୁ

     ଏହି ଭବ ସାଗରରୁ

ବୈକୁ୍ଠରେ ଥାଇ     ଦିଗଦର୍ଶନ ଦେଇ

    ସକଳେ ଉଦ୍ଭୁଦ କରୁ  |

ଜୀବନ ଯୁଦ୍ଧରେ     ହାରିଗଲ ଶେଷେ

   ମୃତ୍ୟୁ  ସାଥେ ଯୁଝି ଯୁଝି

ଶୋଇଗଲେ  ତଳେ   ସଂଗ୍ରାମ କେଶରୀ

        ଚିରଦିନ ଲାଗି ଆଜି |

     



Rate this content
Log in

Similar oriya poem from Abstract