ବିଦାୟ ଲତାମଙ୍ଗେସକର୍
ବିଦାୟ ଲତାମଙ୍ଗେସକର୍
ହେ ପ୍ରିୟ ଶିଳ୍ପୀ ଲତା ମଙ୍ଗେସକର,
ଆଜି ତୁମେ ଚାଲିଗଲ ଆର ପାର ।
ଦିନେ ନା ଦିନେ ତ ଏହା ହେବାର ହିଁ ଥିଲା,
କାହିଁ ପାଇଁ ଦେଶବାସୀଙ୍କ ମନରେ ଏତେ ମାୟା ।
ମନେ ପଡେ ଜୀବନର ଆରମ୍ଭରେ ମୋର,
ତୁମର ଗୀତ ଭରି ଦେଇଥିଲା ମନ ମୋର ।
ଆଜି ତୁମେ ନଥିଲେ ବି ତୁମର ସଂଗୀତ,
ଭରି ଦେଇ ଅଛି ମନରେ ଆନନ୍ଦ ।
ମୋ ଝିଅର ପିଲାବେଳେ ଯେବେ ନ ଆସେ ନିଦ ।
ମା ତାର ଶୁଣାଉ ଥିଲା ତୁମ ଗୀତ ।
ଆଜି ତୁମେ ନାହଁ ହେଲେ ତୁମ ଗୀତ ମାନ,
ଦିଏ ଶାନ୍ତି କେତେ କେତେ ଜନେ ଅଗଣିତ ।
ମା ବାପା ନାମ ଦେଇଥିଲେ ତୁମର ଲତା,
ହେଲେ ଜୀବନରେ ଲୋଡ଼ା ନଥିଲା,
କେଉଁ ବୃକ୍ଷ୍ୟର ସାହାରା ।
ଅତୃପ୍ତ ପ୍ରେମ କାହାଣୀ ତୁମ ରହିଲା ଅସମ୍ପୂର୍ଣ ।
ନେଲାନାହିଁ ସେ ପ୍ରେମ ବିବାହର ରୂପ ।
ଗୋଟିଏ ପରିବାର ବିନିମୟେ,
ସାରା ଦେଶକୁ କଲ ତୁମ ପରିବାର ।
ହେଲ ରାଣୀ ତୁମେ
ଏକ ବିରାଟ ସାମ୍ରାଜ୍ୟର,
ସେ ସମ୍ରାଜ୍ୟର ନଥିଲା ସୀମା ପରିସର ।
ସମୁଦ୍ରର ଲହରୀ ପରି,
ତୁମ କଣ୍ଠର ଲହରୀ,
ଭାସି ଭାସି ଯାଉଥିଲା ଅନେକ ଦୂର ।
ଦେଖାଇ ଦେଲ ତୁମେ ପ୍ରେମ ନୁହେଁ,
ଏତେ ସଂକୀର୍ଣ୍ଣ ।
ଦେହ।ତିତ ପ୍ରେମ ଠାରୁ ଇନ୍ଦ୍ରିୟ।ତୀତ ପ୍ରେମ,
ଈଶ୍ୱରରେ ବିଲୀନ ହେବାର ସେ ପ୍ରେମ ।
ନିତ୍ୟ ଆଉ ଅନିତ୍ୟ ଦୁଇ ସମାନ୍ତର ରେଖା,
ଛୁଇଁ ପାରେ କେବଳ ସେ ଭାବର ଆବେଶେ
ଐଶ୍ୱର୍ଗିୟ, ନୈଷର୍ଗିୟ ପ୍ରେମର ପ୍ରକାଶ,
ପ୍ରମାଣ କରିଦେଲା ସଂଗୀତ ତୁମର ।
ଉତ୍ସବ କରୁ ଆମେ ରାଧାକୃଷ୍ଣ ପ୍ରେମେ.
ଦିନେତ ଉଡ଼ିଯିବ ଶ୍ୱାସ ସଭିଙ୍କର,
ବିଲୀନ ହେବ ସେ ଶ୍ଵାସ, ଶ୍ୱାସ ବ୍ରହ୍ମାଣ୍ଡର ।
ଦେବୀ ସରସ୍ବତୀକୁଂ କରି ଆରାଧନା,
ନେଇ ତାଙ୍କ ଆଶୀର୍ବାଦ ବୀଣା ଜିଣା ଗଳା,
ସାରା ଦେଶକୁ କରିଥିଲା ମନ୍ତ୍ର ମୁଗ୍ଧ,
ଜୀବନର କେତେ ଦୁଃଖ ଆଉ ସୁଖର ସମୟ ।
ଦେଶର ଅଗଣିତ ଜନେ,
ହଜାଇ ଥିଲେ ନିଜକୁ ତୁମ ତାଳ ଆଉ ସ୍ଵରେ ।
ସେ ସ୍ୱର ଆଉ କେବେ ଫେରି ଯେ ନପାରେ ।
କର୍ମ ଥିଲା ଏ ଜୀବନେ ତୁମର,
ଅତି ସୁନ୍ଦର ଆଉ ଅତୁଳନୀୟ ।
ତୁମ ହସ ହସ ମୁହଁ ମନେ ପଡେ,
ଆଉ ସେ ହସ ଦେଖିବୁନି କେବେ ।
ରହିଗଲା ସ୍ମୃତିର ପୃଷ୍ଠାରେ,
ଅତି ସୁନ୍ଦର ଆଉ ଆଦରଣୀୟ ଭାବେ ।
କେବେ ଲତାରୁ ତୁମ ଆତ୍ମା,
ପାଲଟି ଗଲା ତୀର ।
ଦେବ ଧ୍ଵନି ଓଁ କୁ କରି ଧନୁ,
ପରମାତ୍ମା ଦିଗେ ବିନ୍ଧି ଦେଲ ।
ତୁମ ଆତ୍ମା ରୁପି ତୀର,
ଲକ୍ଷ ତୁମ ନହେଲା ଅବ୍ୟର୍ଥ ।
ପରମାତ୍ମା ସଙ୍ଗେ ହେଲ ଯେ ବିଲୀନ ।
ସମସ୍ତକୁଂ ଶୋକ ସାଗରେ ଭସାଇ ।
କରିବୁନି ଶୋକ ତୁମ ପାଇଁ
ତଥାପି କରେ ପ୍ରାର୍ଥନା ପରମେଶ୍ୱରଙ୍କୁ,
ଶକ୍ତି ଦିଅନ୍ତୁ ସବୁ ଦେଶ ବାସୀଙ୍କୁ,
ଏ ଦୁଃଖ ସମୟ ଅତିକ୍ରମ କରିବାକୁ ।