ବିଦାୟ ଦୁଇହଜାର ଏକୋଇଶି
ବିଦାୟ ଦୁଇହଜାର ଏକୋଇଶି
ବିଦାୟ ବର୍ଷର ବିଦାୟ ବେଳାରେ
ବିଦାୟର ଗୀତ ଗାଇ,
ଏ ନବ ବରଷ ଦେଉ ସୁଖର ହରଷ
ଆଉ କିଛି ଲୋଡ଼ା ନାହିଁ........
ଏ ଧରା ହସିବ ପୁଷ୍ପେ ନାନା ରଙ୍ଗେ
ଶ୍ରୀ ବିମଣ୍ଡିତା ନାରୀ ସମ,
କି ରୂପ ବର୍ଣ୍ଣିବି ଧରିତ୍ରୀ ରାଣୀର
କି ସୌନ୍ଦର୍ଯ୍ୟ ଅନୁପମ........
ପ୍ରତି ପରିବାରେ ହସ ଖୁସି ଖେଳୁ
ଦୂର ହେଇଯାଉ ଦୁଃଖ,
ଦିନ ଜନ ବନ୍ଧୁ କରୁଣାର ସିନ୍ଧୁ
ହସ ଭରି ଦିଅନ୍ତୁ ପ୍ରତି ମୁଖ........
ବଡ଼ ସାନ କିବା ଧନୀ ଗରିବର
ପ୍ରାଚୀରଟା ପ୍ରତି ହୃଦୟରୁ ଭାଙ୍ଗି ଯାଉ,
ଗର୍ବ ଅହଂକାରକିଏ ନୁହେଁ କାର
ଏତିକି ଜ୍ଞାନ ସଭିଙ୍କ ପ୍ରାଣରେ ଉଦୟ ହେଉ.......
ସର୍ବେ ଏକାକାର ଏକ ଭାବନାରେ
ଏକ ପରିବାରେ ବନ୍ଧା,
ଫୁଲର ବାସ୍ନାରେ ଚହଟି ଉଠିବ
ଏ ଜୀବନ ରଜନୀଗନ୍ଧା........
ଯେତେ ଭଲ ମନ୍ଦ ଭୁଲ ଠିକ ରାସ୍ତା
ଚେତନାରେ ଉଁ ଥାଉ,
ପ୍ରୀତି ଲାବଣ୍ୟ ରେ ଏ ଧରା ହସିବ
ଗୁଣୁଗୁଣୁ ଗୀତ ଗାଉ........
ଯାହା ଘଟିଗଲା ଘଟିବାର ଥିଲା
ନିୟତି ନିର୍ଦ୍ଦେଶ ପରା,
ସମୟର ଏହି ନିଷ୍ଠୁର ପ୍ରହାର
କଷଣ ପାଇଲା ଏ ଧରା..........
ପ୍ରକୃତି ନିୟମେ ସକଳ ବନ୍ଧନ
ପରମାନନ୍ଦ ଦେବେ ରାହା,
ଏ ଭବ ସଂସାରୁ ମୋକ୍ଷ ପ୍ରାପ୍ତି ପାଇଁ
ଏକା ସାହା ଚଉବାହା........
ବସନ୍ତ ଫେରିବ ମଳୟ ବହିବ
କୋଇଲି ଗାଇବ ଗୀତ,
ମଧୁବନେ ମଧୁ ବରଷିବ ପୁଣି
ସଭିଏଁ ହୋଇବେ ମିତ........
ଜୀବନ ଏଠି ତ ଅଢ଼େଇ ଦିନର
ଏ ସମ୍ପର୍କ ମଧୁର ହେଉ,
ମଧୁବୋଳା କଥା ମଧୁର ହସରେ
ଏ ବୈକୁଣ୍ଠ ହସୁଥାଉ......
ନୂତନ ସ୍ପର୍ଶରେ ନୂତନ ମିଳନେ
ଆସୁ ଏ ନବ ବର୍ଷ ବାଇଶ,
ସଭିଙ୍କ ହୃଦରେ ଭରି ଦେଉ ସଦା
ଆନନ୍ଦ, ଉଲ୍ଲାସ, ହର୍ଷ....... ll
