STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ବିଚିତ୍ର ଲାଗେ ଆଜି

ବିଚିତ୍ର ଲାଗେ ଆଜି

1 min
244


ନୁହଁଇ ମିଛ କହିଲେ ସତ

   ସମ୍ପର୍କ ଯାଏ ଭାଙ୍ଗି ,

ସାଧୁ ବୋଲାଏ ମିଛୁଆ ଆଜ୍ଞା

   ସତୁଆ ହୁଏ ଦାଗୀ‌ ।


ଏଇଟା ସତ ଯେ ବ୍ଯକ୍ତି ସ୍ପଷ୍ଟ

   ସିଧାସଳଖ କହେ,

ତା'କଥା ତୀବ୍ର ପୁଣି କଠୋର

   କାନକୁ ଲାଗିଥାଏ ।


ଏଭଳି ଲୋକ ଜୀବନେ ମାତ୍ର

   ଦିଅନ୍ତି ନାହିଁ ଧୋକା,

କଥା ଦେଇକି କଥା ରଖିବା

   ତାଙ୍କ ଜାତକେ ଲେଖା ।


ଏ କଥା କାହୁଁ କିଏ ବୁଝିବ

   ଏହାଙ୍କ ନାହିଁ ସ୍ଥାନ,

କଳି ଯୁଗର ଏ ଅଟେ ନ୍ୟାୟ

    ସତ୍ୟକୁ ଅପମାନ ।


ତଥାପି ବାଟ ନ ବଦଳାଅ 

    ଯିଏ କହିଛ ସ୍ପଷ୍ଟ,

କିଛିଟା‌ ଝଡ଼ ଆସି ଜୀବନେ

   ସଫା କର‌ଇ ପଥ ।


କିଛିଟା କଷ୍ଟ କଥାକୁ ଏଠି

   ସହିବାକୁ ତ ପଡେ‌,

କିଛିଟା କାମ ଇଚ୍ଛା ନ ଥିଲେ

   କରିବାକୁ ହିଁ ପଡ଼େ ।

 

ଆମକୁ ଦେଖି ଲୋକେ ଗାଆନ୍ତି

   ଆମର ମନ୍ଦ କୀର୍ତ୍ତି,

କିଏ ବା କାହିଁ ବୁଝିବ ଆମ 

   ଭିତିରି ପରିସ୍ଥିତି?


ଆମେତ ଠିକ୍ ଦୁନିଆଁ ଭୁଲ୍

   ସନ୍ଦେହ କରୁଥାଅ,

ଗାଡ଼ିରେ ଭାଇ ଭ‌ଉଣୀ ଗଲେ

   ଫୁସୁରୁ ଫାସର‌ ହୁଅ ।


ସଚ୍ଚୋଟ ଲୋକ ଏଥିରେ ଲକ୍ଷ୍ୟ

   ନ ଦେଇ ଚାଲେ ବାଟ,

ଖଳ‌ ଦୁର୍ବୁଦ୍ଧି ଲୋକଟି‌ କିନ୍ତୁ

   ମାରି ଚାଲ‌ଇ ଚୋଟ‌ ।


ଏହାଠୁ ଆଉ ଅଧିକ ଆଶା

   କି କରାଯାଇ ପାରେ,

ପ୍ଲାଷ୍ଟିକ ଫୁଲ ଭଳି ମଣିଷ

   ଆଜି ଏ ସମାଜରେ ।


ବାସ୍ନା ନାହିଁ ତ ଆଜି ଆମେ ତ 

   ଯେଣୁ ମେକପ‌ ହେଲୁ,

ଚାଖଣ୍ଡେ ପିନ୍ଧି ଶାଳୀନ‌ ତେଜି

   ଲଜ୍ଜାକୁ ଫିଙ୍ଗି ଦେଲୁ ।


ବାପାଙ୍କୁ ଡାଡି ବୋଉକୁ ମମି

   ଡାକି ଭୁଲିଲୁ ଭକ୍ତି,

ପଖାଳ ଭୁଲି ପିଜା ଖାଇଲେ

   ଆସିବ କୋଉ ଶକ୍ତି?


ସ୍ବାର୍ଥରେ ପଡ଼ି ଜ୍ଞାନ ସଂହାରି

   ଟଙ୍କାକୁ କଲୁ ବଡ଼,

ମାନବିକତା କାହୁଁ ଆସିବ

   କେବଳ ମୁହଁ ତୋଡ‌ ।


ଧର୍ମକୁ ଆଖି ମାରିବା ଆମ

   ଆଦ୍ଧତ‌ ହୋଇଲାଣି‌,

କିପରି ସଦଜ୍ଞାନ‌ ମିଳିବ

   ପାରୁନି ଆଜି ଜାଣି ।


ଶୁଣିଛି ପୁରାଣ ପାରାୟଣ

   ସତ୍‌ସଙ୍ଗ ଗୀତା ଜ୍ଞାନ,

ଆମ ଜୀବନ ଗଢ଼ି ତୋଳିବ‌

    କୁହନ୍ତି ବିଜ୍ଞଜନ‌ ।



Rate this content
Log in

Similar oriya poem from Tragedy