STORYMIRROR

Narayan chandra Senapati

Abstract

2  

Narayan chandra Senapati

Abstract

ବିଚିତ୍ର ଜୀବନ

ବିଚିତ୍ର ଜୀବନ

1 min
364

ଜୀବନଟା ସତେ ଅବା କଳ୍ପନାର ସେତୁ ପ୍ରତି ପାର୍ଶ୍ଵେ ଆଶଂକାର ଆସନ୍ନ ଆହ୍ୱାନ ତଥାପି ଅତିକ୍ରମର ନିଶା ମଣିଷକୁ କରେ ବ୍ୟଗ୍ର ବିବ୍ରତ ସନ୍ତର୍ପଣ ଆଉ ସତର୍କତାମାନେ ପ୍ରଶ୍ନ ବାଚୀ ହୋଇ ସାଜନ୍ତି ଚୀନର ବିଶାଳ ପ୍ରାଚୀର କିଂକର୍ତ୍ତବ୍ୟବିମୁଢ ଅବସ୍ଥା ସବୁ ବାରମ୍ବାର ମୁଣ୍ଡରୁ ଘର୍ମବିନ୍ଦୁ ପୋଛି ଆଶ୍ବାସନା ଓ ସମ୍ଭାବନାକୁ ଅପେକ୍ଷା କରନ୍ତି ଆଶାର ସରଗପୁରୀରେ ହେଲେ ମିଳେ କଣ ? ମରୀଚିକାର ଶୁଷ୍କ ପରଶ ଅବା ମାୟାର ଆଭାସୀ ହରଷ ଶେଷରେ ହିସାବ ଖାତାବି କାନ୍ଦେ ଧକେଇ ଧକେଇ ଜଟିଳ ଗଣିତ ଗୁଡାକ ବାଧ୍ୟକରନ୍ତି ହରାଇବାକୁ ମାନସିକ ଭାରସାମ୍ୟ ଯନ୍ତ୍ରଣାର ତକିଆଟା ବାହୁନି ବାହୁନି ଝୁରେ ସ୍ମୃତିକୁ ଧୀରେ ଧୀରେ କହି କହି ବାଃ ! ବାଃ ! କି ବିଚିତ୍ର ଏ ଜୀବନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract