ବିଚ୍ଛିନ୍ନାଞ୍ଚଳ ମୋ ଭୂମି
ବିଚ୍ଛିନ୍ନାଞ୍ଚଳ ମୋ ଭୂମି


ଉତ୍କଳ ଜଡ଼ିତ ଖଣ୍ଡିତ ହୋଇଛି
ବିଚ୍ଛିନ୍ନାଞ୍ଚଳ ଏ ଭୂମି,
କବିତା ଲେଖୁଛି ବିଚ୍ଛିନ୍ନାଞ୍ଚଳରୁ
ଭାଷାଶୂନ୍ୟ ଏହି ଭୂମି।
ଲେଖୁଛି କବିତା ମାତୄଭାଷାରେ ମୁଁ
ଭାଷାର କିରଣ ପାଇଁ,
ଭାଷାର ଆଲୋକ ଭାଷାର ଗୌରବ
ମିଳୁ ଥାଉ ଆମ୍ଭ ପାଇଁ।
ଝାଡ଼ଖଣ୍ଡ ରାଜ୍ୟେ ଜଡ଼ିତ ହୋଇଛି
ଆମ୍ଭ ଏ ବିଚ୍ଛିନ୍ନା ଭୂମି,
ଭାଷାଶୂନ୍ୟ ଆମ୍ଭ ବିଚ୍ଛିନ୍ନା ଭୂମିରୁ
କବିତା ଲେଖୁଛି ମୁହିଁ।
ରଚନାରେ ମୋର ଅଳଙ୍କାର ନାହିଁ
ପୂର୍ଣ୍ଣ ସଫଳତା ନାହିଁ,
ତଥାପି ଲେଖିଛି ଓଡ଼ିଆ କବିତା
କର୍ମକୁ ଆଦରି ମୁହିଁ।
ଜ୍ଞାନୀଜନ ମୋର ଦୋଷ ନ ଧରିବ
ଜ୍ଞାନ ମୋର କିଛି ନାହିଁ,
ସରଳ ଭାଷାରେ କବିତା ଲେଖୁଛି
ଆଦର ହେବ କି ନାହିଁ।
ଉତ୍କଳ ଜଡ଼ିତ ଖଣ୍ଡିତ ହୋଇଛି
ବିଚ୍ଛିନ୍ନାଞ୍ଚଳ ଏ ଭୂମି,
କବିତା ଲେଖୁଛି ବିଚ୍ଛିନ୍ନାଞ୍ଚଳରୁ
ଭାଷାଶୂନ୍ୟ ଏହି ଭୂମି।