STORYMIRROR

Ajit Kumar Raut

Inspirational Others

3  

Ajit Kumar Raut

Inspirational Others

ବିଚ୍ଛେଦ ଯନ୍ତ୍ରଣା

ବିଚ୍ଛେଦ ଯନ୍ତ୍ରଣା

1 min
207


ବିଚ୍ଛେଦର ଦୁଃଖ ଅତି ଭୟଙ୍କର

ମାଆ ହିଁ ବେଶିଟି ଜାଣେ

ପୁଅ ପଢୁଅଛୁ ଭୁବନେଶ୍ୱରରେ

ଦୁଃଖର ପାହାଡ ମଣେ।୧।

ଭିତରେ ଭିତରେ କାନ୍ଦୁ ଥାଏ ନିତି

ନ ଜାଣନ୍ତି କେହି ଜଣେ

ପୁଅ ଭବିଷ୍ୟତ ଚିନ୍ତା କରି ପୁଣି

ଧର୍ଯ୍ୟ ବାନ୍ଧେ ନିଜ ପ୍ରାଣେ।୨।

ରାତିର ସମୟ ଆସିଲେ ପୁଣିଟି

ବିଚ୍ଛେଦ ଯନ୍ତ୍ରଣା ହୁଏ

ସ୍ବାମୀଙ୍କୁ କୁହେଟି ଟେଲିଫୋନ କର

କିପରି ଅଛିଟି ସିଏ।୩।

ଖାଇଲା କି ନାହିଁ ଦିନେ କି ଖାଇଛି

ପଚାର ତାହାକୁ ଥରେ

ଦୂର୍ଗାପୂଜା ଛୁଟି ମିଳିବଟି କେଭେ

ପୂଜାରେ ଆସିବ ଘରେ।୪।

ପୁଅର ବିଚ୍ଛେଦେ ସ୍ବାମୀକୁ ପଚାରେ

କି ପରି ଅଛିଟି ବାବୁ

ବୁଝୁନାହଁ କିଛି ନିଶ୍ଚିନ୍ତେ ରହିଛ

ଖାଇଲା କି ନାହିଁ ବାବୁ।୫।

ପୁଅ ପଢା କଥା ତୁମେ ହି ଜାଣ ହେ

କେଭେ ସରିବଟି ପଢା

କୋଳକରି ପୁଅ ଦେଖିବି କେଭେଁ ହେ

ଅନ୍ୟ କିଛି ନାହିଁ ଲୋଡ଼ା।୬।

ବିଚ୍ଛେଦ ଯନ୍ତ୍ରଣା ନ ପାରଇ ସହି

ଭଲ ରହୁ ମୋର ପୁଅ

ନିତିଦିନ ପ୍ରଭୁ ଚରଣେ ଶରଣ

ଭଲ ପିଲା ହେଉ ପୁଅ।୭।

ବିଚ୍ଛେଦର ଦୁଃଖ ଅତି ଭୟଙ୍କର

ମାଆ ହିଁ ବେଶିଟି ଜାଣେ

ପୁଅ ପଢୁଅଛୁ ଭୁବନେଶ୍ୱର ରେ

ଦୁଃଖର ପାହାଡ ମଣେ।୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational