STORYMIRROR

Amit Bal

Tragedy

3  

Amit Bal

Tragedy

ବିଚ୍ଛେଦ (୧୬)#ନିର୍ଜନ ଚଲାପଥ#

ବିଚ୍ଛେଦ (୧୬)#ନିର୍ଜନ ଚଲାପଥ#

1 min
238

ପୃଥିବୀର ଚଉଡ଼ା ଛାତି ଉପରେ ଏବେ ବି କଟୁଛି ରାତି

ନିର୍ଜନ ମୋ ଚଲାପଥେ ଆସି ଫେରିଲେଣି କେତେ ସାଥୀ

ସାନ୍ନିଧ୍ୟତା କିନ୍ତୁ ମାପି ପାରିଲିନି କେବେ ଦିନେ

ସଂପର୍କ ସବୁ ରେଖା ଅଙ୍କାବଙ୍କା ରହିଗଲା ମୋ ମନେ,


ଆଗକୁ ଚାହିଁଲେ ଆଖି ପାଏନା

ପଛକୁ ଫେରିବି ଫେରି ହୁଏନା

ଏବେବି ଅନୁଭବୁଛି ଶୂନ୍ୟତାରେ ଅସହ୍ୟ ବେଦନା,


କାହିଁକି କେଜାଣି ଏମିତି ହୁଏ ପାଣିପାଗ

ଯୁଝିବାକୁ ବେହିସାବୀ ଜୀବନର ଯାବତୀୟ ଦୁର୍ଯ୍ୟୋଗ

ହଁ ହୁଏତ ଏସବୁ ନିୟତିର ନିର୍ଣ୍ଣିତ ଭାବନା ,


ଯେଉଁଠି ଲୁହ ସବୁ ଝରିପଡେ କାକର ଟୋପା ହୋଇ

ନିର୍ଜନ ପଥ ଚାହିଁ ଥାଏ ଅଭିସାର ପାଇଁ ,

ଏମିତି ବି ଓଠ ଧାରେ ହସ ମୋ ପାଇଁ ସାତ ସ୍ୱପ୍ନ

ଆଉ ସେଇ ସ୍ୱପ୍ନର ଉଆସେ ଶ୍ୱାସରୁଦ୍ଧ ଏ ଜୀବନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy