STORYMIRROR

Bijay Prusty

Inspirational

3  

Bijay Prusty

Inspirational

ବିବସ ବିଶ୍ୱାସ

ବିବସ ବିଶ୍ୱାସ

1 min
227


ବିଶ୍ୱାସ କଥାଟି ହଜି ହଜି ଯାଏ

ଅଣ୍ଟିଛୁରୀ କାଟେ ତଣ୍ଟି

ଅମୃତ ଦେଖାଇ ବିଷକୁ ମଣିଷ

ଚତୁର୍ଦ୍ଦିଗେ ଦିଏ ବାଣ୍ଟି I

ବିଶ୍ୱାସୀର ମୁଖା ପିନ୍ଧି ଏ ମଣିଷ

ବିଶ୍ୱାସରେ ଦିଏ ଧୋକା

ମିଛ ବିଶ୍ୱାସର କଥା କହି କହି

ସଭିଙ୍କୁ ବନାଏ ବୋକା I

ଛଳନାର ମୁଖା ଲଗାଇ ମଣିଷ

ବିଶ୍ୱାସର କଥା କୁହେ

ନିଜ ସ୍ୱାର୍ଥ ପାଇଁ ନିର୍ବିକାର ଚିତ୍ତେ

ବିଶ୍ୱାସକୁ ଭାଙ୍ଗିଦିଏ I

କଳୁଷିତ ଆଜି ମଣିଷର ମନ

ବିଶ୍ୱାସ ହରାଏ ସତ୍ତା

ଅବିଶ୍ୱାସେ ଭରା ଦୁନିଆ ଦେଖୁଛି

ବିଶ୍ୱାସର ବିବସତା I



Rate this content
Log in

Similar oriya poem from Inspirational