STORYMIRROR

Lipin Rout

Abstract

3  

Lipin Rout

Abstract

ବିଭୀଷିକା

ବିଭୀଷିକା

1 min
303

ଅସରାଏ ବର୍ଷାରେ 

ମାଟି ଓଦା,ଦେହ ଓଦା 

ମନ ଓଦା

ଭିଜୁଥିଲା ସର୍ବସ୍ୱ ଆଖି ପଲକରେ

ହେଲେ ଓଦା ହୋଇ ନଥିଲା ଆଖି 

ସେ ଯାଏଁ,


ବର୍ତ୍ତି ପାରୁନଥିଲି ମୁଁ

ଚାହିଁଲେ ବି

ସେ ଅଦିନ ମେଘରୁ,


ଆଶ୍ରା ଟିଏ 

ମୋ ପାଇଁ ସାତ ସପନ

ସଙ୍ଗରେ ପୁଣି ଫନିର ଗର୍ଜନ

ଶକ୍ତ ଆଘାତ ବର୍ଷାର

ସଁ ସଁ ଶବ୍ଦ ଶୁଭୁଥିଲା ଚଉଦିଗରୁ

ବହି ଯାଉଥିଲା ଅସରନ୍ତି ଧାରା ଟିଏ

ଦୁଇ ଆଖିର କଡ଼ରୁ


ଛାତି ଥରା 

ଅସହ୍ୟ ଯନ୍ତ୍ରଣାର କୁହାଟ

ଏହା ଖାଲି ମୋର ନୁହଁ

ସେଇ ମାନଙ୍କର

ଯେଉଁମାନେ ମୋ ସମ୍ପର୍କର ପରିଧିରେ

ଥିଲେ ଆବଦ୍ଧ,


ଶରଶଯ୍ୟା 

ଭୀଷ୍ମଟିଏ ହୋଇ 

ଖାଲି ଯାହା ମୁଁ ଦେଖୁଥିଲି

ପ୍ରକୃତିର ତାଣ୍ଡବକୁ

ମୃତ୍ୟୁର ବିଭୀଷିକାକୁ


ମୁକୁଳେଇ ପାରୁନି 

ଚାହିଁଲେ ବି ନିଜକୁ

ରକ୍ଷା କରି ପାରୁନି 

ମୋ କୌରବ ମାନଙ୍କୁ,

ଧିକ୍ ମୋ ଜୀବନ ଧିକ୍ !

ଏ ଇଚ୍ଛା ମୃତ୍ୟୁର ବରଦାନ ଥାଇ କି ଲାଭ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract