STORYMIRROR

Lipin Rout

Abstract

2  

Lipin Rout

Abstract

ମୋ ଭାଷା "ଓଡ଼ିଆ"

ମୋ ଭାଷା "ଓଡ଼ିଆ"

1 min
3.2K

ଆଜି ,

ଆନ୍ଦୋଳନ ରେ ନିମଗ୍ନ ଦେହ

ମନ ମଧ୍ଯରେ କାଳ ବୈଶାଖୀ ର ଝଡ଼

ଉଠୁଥାଏ ଅପରାହ୍ନ, ମଧ୍ୟାହ୍ନ

ଅବା ମଧ୍ୟ ରାତ୍ର ରେ


କାହା ପାଇଁ

ସେ କଣ ହୋଇପାରେ


ମୋ ପାଇଁ ତ ସବୁ କିଛି

ସେ ଶ୍ରେଷ୍ଠ ଆଉ ମହାନ

ମୋ ମାତୃଭାଷା, ମୋ "ଓଡ଼ିଆ"


ଯାହାର ଶବ୍ଦ ଟିଏ ଗୁଞ୍ଜରଣ ରେ

ଦେହ ରେ ଶିହରଣ ଖେଳେ, ମୃତ

ଶରୀରେ ପ୍ରାଣ ସଂଚରେ

ସେଇ ମୋ ଭାଷା "ଓଡ଼ିଆ"

ମୋ ଗର୍ବ ମୋ ଗୌରବ


ଖାଲି ଆଜି ନୁହଁ, କାହିଁ କେତେ ଯୁଗ ରୁ

ମୁଁ ଶୁଣିଛି ଏହାର ପୂର୍ବ ଐତିହ କୁ,

ମୋ ସଂସ୍କୃତି, ମୋ ପରମ୍ପରା କୁ 

କେତେ ଜ୍ଞାନୀ ଗୁଣୀ ଙ୍କ ମୁଖ ନିସୃତ ବାଣୀ ରୁ


ତାଳପତ୍ର ପୋଥି ରେ ସେ

ଆଜି ବି ସତେଜ,

ପୂର୍ବ ଠାରୁ ଆହୁରି ବି ଅଧିକ 


ଭାରି ଆପଣା ର ଲାଗେ

ଯେତେବେଳେ କୁନି ଶିଶୁ ର ପହିଲି ଡାକ

"ମା " ଶବ୍ଦ ଶୁଣି


ଆହାଃ

କେତେ ସ୍ନେହ ମମତା ଲୁଚିଭରି ରହିଛି 

ଏ ଶବ୍ଦ ଟିକକ ମଧ୍ୟରେ

କିନ୍ତୁ, ଦୁଃଖ ଲାଗେ


ସମ୍ପ୍ରତି ସମ୍ଭ୍ରାନ୍ତ ସମାଜ କୁ ଦେଖି

ଆତ୍ମ ଘୋଷିତ ପଣ୍ଡିତ ମାନଙ୍କୁ ଦେଖି

କହିବାକୁ କୁଣ୍ଠିତ ହୁଅନ୍ତି ଓଡ଼ିଆ ଭାଷା କୁ


କାଳେ କହିବା କ୍ଷଣି 

ପରିଚୟ ଖଣ୍ଡିତ ହେବ

ପଦ ମର୍ଯ୍ୟାଦା ର ଭିତ୍ତିପ୍ରସ୍ତର ଭୁଶୁଡି ପଡ଼ିବ

ସେମାନଙ୍କ ମୁଣ୍ଡ ଉପରେ


ଆଉ ସେଇ ଭୟ ରେ

ଜନ୍ମ ଠାରୁ ଶିଶୁ କୁ ଅନିଚ୍ଛା ରୁ ଘୋଷାନ୍ତି

ଇଂରାଜୀ ଖଣ୍ଡୀ ଶବ୍ଦ ମମ୍ ଆଉ ଡାଡ୍

ଲଜ୍ୟା ! ଲଜ୍ୟା ଲାଗେ ଆଜି

ତୁମ କୁ ଓଡ଼ିଆ ବୋଲି କହି


ହେ ସଭ୍ୟତା ର ମନୁଷ୍ୟ ସମାଜ

ଜାଗିଉଠ ଆଜି

ଓଡ଼ିଶା କୁ ଭଲପାଅ, ଓଡ଼ିଆ ରେ କଥା ହୁଅ

ସବୁବେଳେ, ସବୁଠି, ଆଉ ସବୁ ସ୍ଥାନ ରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract