ଜୀବନ
ଜୀବନ
1 min
333
କର୍ତ୍ତବ୍ୟ ପଥ ରେ ଏ ଜୀବନ
ଖୋଜେ କର୍ମ ର ସନ୍ଧାନ
କାର୍ଯ୍ୟ ପୁଣି କରିଥାଏ ହସ୍ତ
କେତେ ପୁଣ୍ୟ,କେତେ ଆଉ ପାପ
କରୁଥାଏ ହିସାବ
ସତ ମିଛ ର
ଗଣୁଥାଏ ଦିନ,ଆଗତ ଜୀବନ ର ।
ସେ ଆଜି
କ୍ଲାନ୍ତ ଓ ଅବସର୍ଣ୍ଣ
ଇଚ୍ଛା କରେ,ନେବାକୁ ବିଶ୍ରାମ
କରିବାକୁ ଟିକେ ଆରାମ
କିନ୍ତୁ, ଅସମ୍ଭବ
ଲାଗେ ଦିବାସ୍ବପ୍ନ
କର୍ତ୍ତବ୍ୟ ଓ କର୍ମ ବିନା
ଜୀବନ ଅସମ୍ପୂର୍ଣ୍ଣ ।
କରୁଥାଏ ସ୍ମରଣ
ପ୍ରତି ମୁହୂର୍ତ୍ତେ
ଓ ପ୍ରତିକ୍ଷଣ
ଡାକୁଥାଏ ,ହେ ଈଶ୍ୱର !
ଶୀଘ୍ର ଏ ଜୀବନ ରୁ ମୁକ୍ତି କର ।।
©Lipin
