ପୂର୍ଣ୍ଣତା ର ପରିପ୍ରକାଶ
ପୂର୍ଣ୍ଣତା ର ପରିପ୍ରକାଶ
1 min
965
ପୂର୍ଣ୍ଣଗର୍ଭା ପୃଥିବୀ
ପୂର୍ଣ୍ଣତା ର ପରିପ୍ରକାଶ
ସର୍ବତ୍ର ଏଠି ପୂର୍ଣ୍ଣ, ଜଳ ସ୍ଥଳ
ଆକାଶ ର ମିଶ୍ରଣ
ହେଲେ ଅଦ୍ୟ ଦେଖାଯାଏ
ଏଠି ଶୂନ୍ୟ ସ୍ଥାନ
ଜୀବନର ପୂର୍ଣ୍ଣତା ଆଜି
ଅସମ୍ପୂର୍ଣ୍ଣ,
ଖୋଜିବୁଲେ ସେ ନୀତି
କେଉଁଦିବ୍ୟ ଶକ୍ତି ର
ସନ୍ଧାନ, କରିଯାଏ ଜୀବନେ
କେତେଦାନ ଧର୍ମ ମହାନ
ହା, ହା, ହା
ହାସ୍ୟାସ୍ପଦ ! ଏମିତି କଣ
ମିଳିବ ଜୀବନେ ପୂର୍ଣ୍ଣତା,
ଏମିତି କଣ ପାଇବ
ଦିବ୍ୟଶକ୍ତି ର ସତ୍ତା,
ବୃଥା, ସବୁ କିଛି ବୃଥା
କେବଳ ସମୟ ର
ଅପଚୟ ସିନା
ଯଦି ପାଇବାକୁ ଚାହଁ
ଜୀବନେ ପୂର୍ଣ୍ଣତା,
ତେବେ ଏ ଦାନ ଧର୍ମ ଭୁଲି
ସେବା ରେ ମନ ଦିଅ
ହେ ମୋର, ଜ୍ଞାନୀ ଗୁଣୀ ଦାତା
ଏହା ହିଁ ମନୁଷ୍ୟ ଜୀବନ ର
ପୂର୍ଣ୍ଣ ସାର୍ଥକତା ।।
