ପହିଲି କିରଣ
ପହିଲି କିରଣ
1 min
395
ପାହିଲାଣି ରଜନୀ
କମିନି ନିଦ,ସରିନି ସ୍ବପ୍ନ
ଅପେକ୍ଷାର ଆଉ କିଛି ମୁହୂର୍ତ୍ତ
ବାଳ ସୂର୍ଯ୍ୟର
ଆଶାର ପହିଲି କିରଣକୁ ।
ସିନ୍ଦୁରାର ଗର୍ଭ ଫାଟି
ଆସିବ ସେ,
ଲକ୍ଷେ ଯୋଜନ ଦୂରରୁ ।
କାକଳୀ ଦେଲାଣି ରାବ
ପ୍ରକମ୍ପିତ ହେଲାଣି ଗଗନ
ଦୃଶ୍ୟମାନ ହୁଏ ଚିହ୍ନିତ ଚେହେରାଟି
ପୂର୍ବେ ଦିଗେ ଲାଲ ବିନ୍ଦୁଟିଏ ହୋଇ ।
ଅଗଣାରେ ମୋର ଉଭାହୋଇଛି ସେ
ସବୁ ରାଗ ରୋଷ ଭୁଲି
ସବୁ ପରେବି,
ଅଜାଡ଼ି ଦେଉଛି ସେ କିରଣକୁ ,
ବନ୍ଧୁଟିଏ ଭାବି ।
ହେଳା ନାହିଁ ଆଉ
ଉଠ ଉଠ ସାଧୁଜନ ନିଦ୍ରାକର ପରିହାର
ଜାଗ୍ରତ ହୋଇ,
ନିୟୋଜିତ ହୁଅ କର୍ମରେ
କେଜାଣି ଶୋଉ ଶୋଉ କେତେ ରାତି ପାହିଯିବ ଏମିତି
ନିଦରେ ନିଦରେ ।
