STORYMIRROR

Lipin Rout

Others

3  

Lipin Rout

Others

ଦୁଃସ୍ୱପ୍ନ

ଦୁଃସ୍ୱପ୍ନ

1 min
163

ରାତି ଘନେଇ ଆସିବା ନେଇ

ନିଦ ଗୁଡା ଅସ୍ତବ୍ୟସ୍ତ ହୋଇଉଠନ୍ତି

ହିଂସ୍ର ହୋଇଯାଆନ୍ତି

ତା ଗାଢତାରେ,

ନିରୋଳାପଣ ଦେଖି ଝାମ୍ପି ପଡନ୍ତି

ନିରୀହ ଆଖି ଦୁଇଟି ଉପରେ


ବାସ୍,

ତାପରେ ସବୁ କିଛି ସରିଯାଏ 


ଚତୁର୍ଦିଗ ଅନ୍ଧକାର ଦିଶେ

ପଲକ ପଡି ଆରମ୍ଭ ହୁଏ ଲଢେଇ

ଘମାଘୋଟ ଯୁଦ୍ଧ

ସବୁ ବାସ୍ତବ ଓ ଅବାସ୍ତବ ଘଟଣା କୁ ନେଇ


ରାତି ରୁ ସକାଳ

ବିନା ଅସ୍ତ୍ର ରେ, କେତେ ସମୟ ଲଢ଼ିବେ

ସେ ନିରୀହ ଆଖି ଦୁଇଟି

ସହାୟତା ଲୋଡ଼େ ସ୍ବପ୍ନର

ସ୍ବପ୍ନ ବି ଧସେଇ ହୋଇ ପଶେ ଚକ୍ରବ୍ୟୁହ ଭେଦ କରି

ହସ୍ତକ୍ଷେପ କରେ ଯୁଦ୍ଧ ରେ,


ରାତି ସରି ସରି ଆସୁଛି

କିଏ ଜିତିବ, କିଏ ହାରିବ

କହିବା ଅସମ୍ଭବ ?

ଏମିତି ଆଶା, ଆଶଙ୍କା ରେ ବିତୁଥାଏ ରାତିଟି

ଜିତିଗଲେ ନିଦରେ ହସି ଉଠେ ତ

ହାରିଗଲେ ଚିଇଁକି ଉଠେ

ଓହୋଃ ! କି ଭୟଙ୍କର ସ୍ବପ୍ନ 


ତାପରେ,  

ପୁଣି ଆରମ୍ଭ ହୁଏ ସେଇ ଅଙ୍କ କଷା

ପାପ ପୁଣ୍ୟ ର, ସତ ଆଉ ମିଛ ର

ରାତି ପାହି ସକାଳ ହୁଏ


ତଥାପି ସେ

ସେଇ ଦୁଃସ୍ବପ୍ନ ଟି କୁ ଭୁଲି ପାରେନା,

ଭୁଲିପାରେନା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍