ବିବେକ, ଶୌର୍ଯ୍ୟ ଓ ଧୈର୍ଯ୍ୟ
ବିବେକ, ଶୌର୍ଯ୍ୟ ଓ ଧୈର୍ଯ୍ୟ
ଜଳ ପୂର୍ଣ୍ନ ଥିଲେ, ଏକ ପୋଖରୀରେ,
ହଂସ ଖେଳୁୃଣ ଥାଆନ୍ତି ଆନନ୍ଦ ମନରେ
ଜଳ ଶୂନ୍ୟ ହୋଇଣ ଗଲେ ପୋଖରୀରୁ,
ହଂସ ଚାଲି ଯାଆନ୍ତି ସେଇ ପୁଷ୍କରିଣୀରୁ
ଧନ ରହିଥିଲା ପର୍ଯ୍ୟନ୍ତ ମଣିଷ ଥାଆନ୍ତି
ଧନୀ ନିର୍ଦ୍ଧନ ହୋଇଗଲେ ଛାଡି ଦିଅନ୍ତି
ପଦବୀ ଅଛି, ମନୁଷ୍ୟର ଯେଉଁ ପର୍ଯ୍ୟନ୍ତ
ପାଖେ ଲାଗି ରହିଥାନ୍ତି ସରବ ମଣିଷ ତ
ଫାଇଦା ପାଇଁ ତୋଷାମଦକାରୀ ଯେତେ
ଉଚ୍ଚପଦସ୍ଥ ରାଜକର୍ମଚାରୀଙ୍କୁ ଟେକନ୍ତି କେତେ
ଯାହା ଦେଖାଯାଏ ପ୍ରାଣୀ ସମାଜ ଭିତରେ
ତାହା ପାଉଅଛେ ଏବେ ମଣିଷ ସମାଜରେ
ବିବେକୀ, ବୁଦ୍ଧିମାନ ବୋଲି ଆମେ ଭାବୁଛେ,
ସ୍ୱାର୍ଥ ସିଦ୍ଧି ପାଇଁ ପଶୁ ଗୁଣକୁ ତ ଆବୋରିଛେ
ସୁଖ ଓ ଦୁଃଖ କେହି ଚିର ନୁହନ୍ତି ଏ ଜଗତରେ
ସଭିଙ୍କର ଅଛି ତ ସେ ଅବସ୍ଥା, ହେଜ ମନରେ
ଆଜି ଯା ବଦନ ହରଷରେ ଥାଏ ମଗନମୟ
କାଲି କି କିଏ ଜାଣିଛି, ନହେବ ବିଷାଦମୟ
ବିବେକ, ଶୌର୍ଯ୍ୟ ଓ ଧୈର୍ଯ୍ୟ ଯେ କରେ ଆଶ୍ରୟ
ଜଗତେ କୌଣସି ପରିସ୍ଥିତିରେ ନରହେ ତା ଭୟ।
