Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Abstract

3  

kahnu charan sahu

Abstract

ବିବାହ

ବିବାହ

1 min
169


ଦୁଇଟି ହୃଦୟ ହୁଏ ଯେ ନିଜର

ସାକ୍ଷୀ ରଖି ଦଶ ଦିଗ

ଜୀବନ ଯାତ୍ରାର ଯେତେ ସୁଖ ଦୁଃଖ

ଦୁହେଁ ବାଣ୍ଟିବାକୁ ଭାଗ ।


ଆପଣାକୁ ପର, ପର କୁ ନିଜର

କରିନିଏ ସହି କଷ୍ଟ

ଜୀବନ ଯନ୍ତ୍ରଣା ମନର ବେଦନା

କାଳକ୍ରମେ ହୁଏ ନଷ୍ଟ ।


ପତି ପତ୍ନୀ ହୋଇ ଦାମ୍ପତ୍ୟ ଜୀବନ

କରନ୍ତି ଅତିବାହିତ

ନବ ସୂର୍ଯୋଦୟେ ନବ କଳିକାର

ହୁଏ ପୃଥୀପୃଷ୍ଠେ ଜାତ ।


ଗଢନ୍ତି ଦୁନିଆ ନିଜ କର୍ମ କରି

ଉତ୍ସର୍ଗୀ ନିଜର ପ୍ରାଣ

ସନ୍ତାନଙ୍କ ପାଇଁ ଝରାଇ ସେ ଲହୁ

ସଞ୍ଚୟ କରନ୍ତି ଧନ ।


ପବିତ୍ର ବନ୍ଧନ ବିବାହ ଜୀବନ

ସ୍ବର୍ଗୀୟ ଯେ ପରିବେଶ

ଠିକ ବୁଝାମଣା ହୁଏ ନାହିଁ ଉଣା

ଝରୁଥାଏ ଖୁସି ହସ ।


ବୁଝାମୁଣା ଯେବେ ହୁଏ ପଥଭ୍ରଷ୍ଟ

ଜୀବନ ଯେ ନର୍କ ପରି

ସୁଖ ବଦଳରେ ଦୁଃଖର ସମ୍ଭାର

ହୃଦୟ ନିଏ ଆବୋରି ।।


Rate this content
Log in

Similar oriya poem from Abstract