STORYMIRROR

Arundhati Jena

Inspirational Others

2  

Arundhati Jena

Inspirational Others

ବିବାହ

ବିବାହ

1 min
101


  ବିବାହ ଏକ ପବିତ୍ର ବନ୍ଧନ

  ବାନ୍ଧେ ଦୁଇ ମନ ପ୍ରାଣ

  ଯୋଡେ ଦୁଇ ପରିବାର

  ବାନ୍ଧି ସଂପର୍କର ଡୋର।

  ଏଇ ସଂପର୍କ ପରା ସହଜ ନୁହଁଇ

   ଏଇ ବନ୍ଧନେ ତ୍ୟାଗ ସର୍ବସ୍ବ ଅଟଇ

   ହେଜି ରାଗ ରୁଷା ଆଉ ମାନ ଅଭିମାନ

   ସଂପର୍କ ର ସ୍ଥିତି ଏଠି ଅତ୍ଯନ୍ତ କଠିନ।

   ବିଶ୍ବାସ ରେ ଗଢି ଉଠେ ସୁନ୍ଦର ସଂସାର

   ଛଳନା ଦିଏ ଛିଡାଇ ବିଶ୍ବାସ ର ଡୋର

  ବିଶ୍ବାସ ରେ ଯଦି କେହି ବିଷ ଭରି ଦିଏ

  ବିବାହ ସଂପର୍କ ଛାଡପତ୍ର ରୂପ ନିଏ।

  ବିବାହ ବନ୍ଧନ କୁ ବଞ୍ଚାଇବା ପାଇଁ

  କେହି କେହି ପ୍ରାଣ ପୁଣି ଦିଅନ୍ତି ଯେ ଦେଇ

  ଆଖି ଲୁହ ଛାତି କୋହ ଦିଅନ୍ତି ଲୁଚାଇ

 ସବୁ ତ୍ଯାଗ କରି ପୁଣି ଶାନ୍ତି ନମିଳଇ।

ବେଳେବେଳେ ପରିବାର ଲୋକମାନଙ୍କର

 ଷଡଯନ୍ତ୍ରେ ଛିଡି ପଡେ ବିବାହ ର ଡୋର

 ପବିତ୍ର ସଂପର୍କ ହୁଏ ବିଷାକ୍ତ ମୟ

  ଦୁଇ ପ୍ରାଣ ଛଟପଟ ମନେ ଭରେ କୋହ।

 ପ୍ରେମ ସବୁ ପାଣି ଫୋଟକାର ରୂପ ନିଏ

  ଗୋଲାପୀ ମୁହୂର୍ତ୍ତ ସବୁ ଅଚିରେ ମିଳାଏ

  ସଂଚରିତ ହୁଏ ପରା ଘୃଣା ର ବଳୟ

  ସଂପର୍କ ଯୁଦ୍ଧରେ ଥାଏ ହାରିବାର ଭୟ।

 ସୁଖ, ଶାନ୍ତି ସବୁ ପରା ଲୋପ ପାଇ ଯାଏ

  ଆତ୍ମା ପରା ଅଶାନ୍ତିରେ ଛଟପଟ ହୁଏ

  ତେଣୁ ଏ ବନ୍ଧନ ର ରଖ ଯେ ସମ୍ମାନ

   ବିଶ୍ବାସ ଆଉ ତ୍ଯାଗ ରେ ତିଷ୍ଠୁ ଏ ବନ୍ଧନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational