STORYMIRROR

Priyabrata Mohanty

Drama Romance Fantasy

3  

Priyabrata Mohanty

Drama Romance Fantasy

ବିବାହ

ବିବାହ

1 min
351

ପଛେ ପଛେ ବର ଚାଲେ ଆଗେ କନିଆଁ

ମନୋହର ପରମ୍ପରା ଦୃଶ୍ୟ ନିଆରା ।।


ଅଗ୍ନିକୁ ସାକ୍ଷୀ ରଖି ନିଏ ସାତ ଫେରା

କରେ ଶପଥ ରହିବ ଜୀବନ ସାରା ।।


ମଥାରେ ସିନ୍ଦୁର କଣ୍ଠେ ପୁଷ୍ପ ମାଳା,

ବେଦଧ୍ୱନି ରେ ହୁଏ ବିବାହ ପୁରା ।।


ବାଣ ରୋଷଣୀ ସଂଗେ ଆଲୋକର ମେଳ

ଜୁଡି ମହୁରୀ ସାଥେ ଡିଜେ ଦିଏ ତାଳ ।।


ଅଙ୍କା ବଙ୍କା ଚାଲି ଚାଲେ ବରଯାତ୍ରୀ

ମତୁଆଲା ନାଚରେ ପାହିଯାଏ ରାତି ।।


ଅତିଥିଙ୍କୁ ଠିଆ କଲେ ଭିକାରୀ ପରି

ବୁଫେ ର ଯୁଗରେ ସଂସ୍କାର ଗଲା ମରି ।।


ପୁଅର ହାତ ଧରି ଝିଅ ଆସେ ଚାଲି

ସମାଜରେ ଘର ନୂଆ ଗଢ଼ିବ ବୋଲି ।।


ବିବାହ ବନ୍ଧନେ ଛନ୍ଦି ହୋଇ ଯାଇ

ମନ ସାଥେ ଶରୀରକୁ ଦିଏ ମିଶାଇ ।।


ମିଳଇ ସ୍ୱୀକୃତି ପରିବାର ପାଇଁ

ଅତୁଟ ସମ୍ପର୍କ କେବେ ଭାଙ୍ଗେ ନାହିଁ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama