STORYMIRROR

Binodini Dash

Inspirational

4  

Binodini Dash

Inspirational

ବିବାହ

ବିବାହ

1 min
234



ବିବାହ ଏକଇ ପବିତ୍ର ବନ୍ଧନ

ଦୁଇ ନାରୀ ପୁରୁଷକୁ

ସାମାଜିକ ସ୍ବୀକୃତିରେ ବାନ୍ଧିଦିଏ

ତାଙ୍କର ଦେହ ହୃଦକୁ,

ନିର୍ଭୟେ ସଂସାର ଗଢ଼ି,

ସନ୍ତାନର ସୁଖ ଅନୁଭବିଥାନ୍ତି

ଯାଇଣ ଆଗକୁ ବଢ଼ି ।


ବିବାହ ଫଳରେ ଝିଅଟିର ରୂପ

ବଦଳେ ଶଙ୍ଖା, ସିନ୍ଦୂରେ,

ସ୍ୱାମୀ ପରିବାର କରିଣ ନିଜର

Advertisement

">ସଭିଙ୍କୁ ଆଦର କରେ,

ସୁନାବୋହୂ ସେ ହୋଇଣ,

ସମାଜ ଚଳଣୀ, ରୀତିନୀତି ସଙ୍ଗେ

ସମ୍ମାନେ କାଟେ ଜୀବନ ।


ସମାଜ ଶୃଙ୍ଖଳା, ପରମ୍ପରା ଏତ

ରହିଛି କେଉଁ କାଳରୁ,

ରହିଥିବ ଏହା ଯୁଗଯୁଗ ପାଇଁ

ସାଜି ଏକ ମହାମେରୁ,

ଭାଙ୍ଗି ପାରିବେନି କେହି,

ସମ୍ପର୍କ ସେତୁର ଦୃଢ଼ତା କେବଳ

ବିବାହ ବନ୍ଧନେ ଥାଇ ।




Rate this content
Log in

More oriya poem from Binodini Dash

Similar oriya poem from Inspirational