STORYMIRROR

GAGAN KUMAR DASH

Inspirational

4  

GAGAN KUMAR DASH

Inspirational

ବିବାହ

ବିବାହ

1 min
250


ବିବାହ,  

ଏକ ପବିତ୍ର ବନ୍ଧନ

ଦୁଇ ପରିବାରର 

ଏକତ୍ରିକରଣର ପ୍ରୟାସ

ବନ୍ଧୁତ୍ବର ନିବିଡତା

ସମ୍ପର୍କର ଆତ୍ମିୟତା

ସୁଖ ଦୁଃଖର ସମ୍ପର୍କରେ

ବଞ୍ଚିବାର ରାସ୍ତାରେ

କଣ୍ଟକ ହୀନ ଆନନ୍ଦର

ପୁଷ୍ପିତ ପଥଟିଏ ।


ବିବାହ,

ପ୍ରଜାପତି ବ୍ରହ୍ମାଙ୍କର

ଘଟ ସୂତ୍ର ଲିଳା

ସାତ ଜନ୍ମର ସାଥି

ଇହ ପର କାଳର 

ଦେବତା / ଦେବୀ

ସୁଖ ଆଉ ଦୁଃଖର

ସମ ସହଭାଗିତା

ବଂଶ ରକ୍ଷା ର 

ଏକ ପ୍ରୟାସ ମାତ୍ର ।


ବିବାହ,

ମୋ ଗାଁ ଗାଉଁଲି କଥାରେ

" ଯାହାର ହାଣ୍ଡିରେ ଯିଏ 

ଚାଉଳ ପକେଇଛି,

ଆନ ହେବନି ଦିବ୍ୟ ଲେଖା"

ଆଉ-

"କପାଳ ଲିଖନ କେ କରିବ ଆନ" ।


ବିବାହ,

ଦୁଇଟି ପ୍ରାଣର ଅର୍ନ୍ତଦହନର

ଏକ ନିଛୁକ ସତ୍ୟର ପରିଭାଷା

ବିସ୍ତୀର୍ଣ୍ଣ ହୃଦୟର ଅମାପ ପ୍ରତ୍ୟାଶା

ଭକ୍ତି ଓ ନିଷ୍ଠାର ପରିଚାୟକ

ଅମାପ ସ୍ନେହର

ଚୀରସ୍ରୋତା ଫଲଗୁ

ଆବିଳତା ହୀନ

ଏକ ବଗିଚାର

ପ୍ରସ୍ଫୁଟିତ ସୁଗନ୍ଧିତ କୁସୁମ

ଜଣେ ପୁଷ୍ପାଳକ

ଆଉ ଜଣେ ପୁଷ୍ପ 

ଜଣେ ପୁଷ୍ପକେତନ

ଜଣେ ପୁଷ୍ପାବତୀ ।


ବିବାହ,

ବିମର୍ଶ ର ଆତ୍ମ ଆଲୋଚନା

ବିରଚକଙ୍କ ବିଚିତ୍ର ଲିଳା

ବିପ୍ରଲମ୍ଭର ନିର୍ଦ୍ଦୟ କଷ୍ଟ

ଉପସମର ଏକ ପ୍ରଶସ୍ତିକରଣ

ସବୁଜ ବନାନୀରେ 

ପରିପୂର୍ଣ ମାଦକତା,


ବିବାହ,

ବିଧିର ବିଚିତ୍ର ସୃଷ୍ଟି

ଦୁଇଟି ଅପରିଚିତ ପ୍ରାଣର

ଅପୂର୍ବ ମିଳନ / ସ୍ୱର୍ଗୀୟ ଆନନ୍ଦ

ଅସରନ୍ତି ସୁଖ ହୃଦୟର

ଆସନ୍ତା କାଲିର କଳ୍ପନାର ।


ବିବାହ,

ବିଧୁମୁଖି ଲାଜ ଲାଜ ହସ

ହୃଦୟରେ ଅଜଣା କମ୍ପନ

ମିଳନର ପିପାସୁ

ଭୟର ଅହେତୁକ ଶିହରଣ

ଶୀତର ରେଜେଇ ଭିତରେ

ସ୍ନାୟୁର ନୂତନ ପରଶ

ଧମନୀରେ ଉଷ୍ମ ରକ୍ତ

ନାସାରେ ଦୀର୍ଘଶ୍ଵାସ

ଉତ୍ସୁଙ୍ଖଳ ହୋଇଯାଏ

ବାସର ର ନିଶାର୍ଦ୍ଧ ସମୟ

ଝାଉଁଳି ଯାଏ

ବଗିଚାର ବଲ୍ଳୀ

ହଠାତ୍ ଖସି ଆସେ ଜହ୍ନ

ଅବଶ ଶରୀରଟା

ପଡ଼ିଯାଏ କୋମଳ ଶେଜରେ ।


ବିବାହ,

ବଶବର୍ତ୍ତୀ ହୋଇଯାଏ

ଗୋଟିଏ ରାତ୍ରିରେ

ସ୍ବତଃ ତିଆରି ହୁଏ

ସ୍ନେହ, ଶ୍ରଦ୍ଧା, ଭକ୍ତି ଓ ଆବେଗ

ପ୍ରଭାତରୁ ଲାଜବତୀ କନ୍ୟା

ପ୍ରମାଣିତ ହୋଇଯାଏ

ଏକ ଭିନ୍ନ ଯୋଗ୍ୟତାରେ ।


ବିବାହ,

କନ୍ୟା ସ୍ନେହ ଅବତରି ଯାଏ

ପିତାମାତା ନିଜ ଘର

ଆଦରି ନେଇଛି

ସ୍ୱାମୀର ସଂସାର


ଅଧୁନା ବିବାହ,

ନାହିଁ ପ୍ରେମଭାବ

ନାହିଁ ଉଦ୍ଦିପନା

ସଂଜ୍ଞା ହୀନ

ନିଷ୍ଫଳ ପ୍ରୟାସ

ଅର୍ଥହୀନ ପ୍ରବଞ୍ଚନା

ସନ୍ଦେହୀ ଚକ୍ଷୁରେ

ଖାଲି ବ୍ୟଭିଚାର

ନା ଅଛି ଆତ୍ମ ବିଶ୍ଳେଷଣ

ନା ଅଛି ସ୍ନେହ ଓ ମମତା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational