STORYMIRROR

Sagar Kumar Parida

Abstract

3  

Sagar Kumar Parida

Abstract

ବିବାହ

ବିବାହ

1 min
240

ବିବାହ ଅଟଇ ଦୁଇଟି ମନର

ଶାଶ୍ୱତ ପ୍ରେମ ବନ୍ଧନ,

ମାତା ପିତା ଗୁରୁଜନ ଆର୍ଶୀବାଦେ

ବିବାହ ଜୀବନ ଧନ୍ୟ।।

କାହିଁ କେଉଁ କାଳୁ ମାନବ ସଭ୍ୟତା

ବିବାହ ସମ୍ପର୍କେ ବନ୍ଧା,

ଝିଅ ପାଇଁ ପୁଅ,ପୁଅ ପାଇଁ ଝିଅ

ସମାଜର ସୁବ୍ୟବସ୍ଥା।।

ଝିଅକୁ ଅଠର ପୁଅ ଏକୋଇଶୀ

ବୟସ ବିବାହ ଯୋଗ୍ୟ,

ତା'ଠାରୁ କମ ବୟସେ ବିବାହ

ଦଣ୍ଡ ବିଧାନ ଅବଶ୍ୟ।।

ଦୁଇ ପରିବାର ସମ୍ପର୍କର ସେତୁ

ବିବାହ ପାଇଁକି ପଡେ,

ସେଇ ସେତୁ ପରେ ବିପଦ ଆପଦେ

ସାହା ଜଣେ ଅପରରେ।।

ପୁଅଟିଏ ଯେବେ ବହନ କ୍ଷମତା

ଜୀବନେ ହାସଲ କରେ,

ପିତା ମାତା ତାର ବିବାହ ପାଇଁକି

ବ୍ୟସ୍ତ କନ୍ୟା ଖୋଜିବାରେ।।

ବିବାହ ଜୀବନ ଖୁସିରେ ବିତଇ

ବିଶ୍ୱାସ ହୋଇଲେ ଦୃଢ,

ସେହି ବିଶ୍ୱାସରେ ବିବାହ ଜୀବନ

ସୁଖ ଶାନ୍ତିରେ ସମୃଦ୍ଧ।।

ପରିବାରେ ମିଳେ ଉତ୍ତର ଦାୟଦ

ଦେଶ ଭାବି ଭବିଷ୍ୟତ,

ସ୍ନେହ ପ୍ରେମ ରଜ୍ଜୁ ବନ୍ଧନେ ମାନବ

ବୁହାଅ ଜୀବନ ରଥ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract