ବିବାହ ବନ୍ଧନ
ବିବାହ ବନ୍ଧନ
ପରକରି ପିତାମାତା ଛାଡି ବାପ ଘର
ଆଶା ଆଶଙ୍କାରେ ଝିଅ ଯାଏ ଶାଶୁଘର||
ବିବାହ ବନ୍ଧନ ଏକ ପବିତ୍ର ବନ୍ଧନ
ଜନମ ଜନମ ଲାଗି ଯୋଡେ ଦୁଇ ପ୍ରାଣ ||
ସୂତ୍ରପାତ କରେ ସୁଖୀ ଦାମ୍ପତ୍ୟ ଜୀବନ
ଟୋପାଏ ସିନ୍ଦୂର ଦିପଟ ଶଙ୍ଖାର ଏ ଦାନ ||
ଜୀବନ ସାଥିଟି ତାର ମନର ମଣିଷ
ଭରିଥାଏ ଜୀବନରେ ସୁଖଶାନ୍ତି ହସ||
ପ୍ରୀତିମୟ ମଧୁମୟ ସାଥି ବାହୁର ବନ୍ଧନେ
କଟିଯାଏ ସମୟ ସଦା ଖୁସି ଆଣି ମନେ ||
ଦୁହିତାଟେ ସାଜେ ଯେବେ ନବବଧୂ ବେଶ
ପିତୃଗୃହ ସୁଖ ତାର ହୋଇଯାଏ ଶେଷ ||
ଶଶୁରଘର ହୁଅଇ ତା'ର ନୂତନ ଠିକଣା
ନୂଆ ସାଥି ନୂଆ ଲୋକ ହୁଅଇ ଆପଣା ||
ଦୁହିତା ସେ ହୋଇଥାଏ ଦୁଇକୁଳ ହିତା
ବାପଘର ଶାଶୁ ଘର ଯୋଡେ ହୋଇ ସୂତା ||
ଦୁହିତା ବନିତା ଦୁଇ ଭୂମିକାରେ ସିଏ
ନିଖୂଣ ଅଭିନୟ ତାର ସୁଖ ଶାନ୍ତି ଆଣିିଦିଏ||
ଅଜଣା ସାଥି ହାତ ଧରି ବାଟ ଚାଲିଥାଏ
ଆଖିରେ ଆଖିଏ ସ୍ୱପ୍ନ ମନେ ଭରିଥାଏ ||
ଜୀବନର ଚଲାପଥେ ଝଡ ଝଞ୍ଜା ସହି
ସ୍ୱାମୀ ହାତ ଧରି ଚାଲେ ଆଗକୁ ଆଗେଇ ||
ପରିବାର ପାଇଁ ନିଜେ ସବୁ କଷ୍ଟ ସହେ
ସ୍ୱାମୀ ମୁଖେ ହସ ଦେଖି ଦୁଃଖ ଭୁଲିଯାଏ ||
ସର୍ବଂସହା ନାରୀ ସେ ଜନନୀ ଭଗିନୀ ଜାୟା
ସ୍ନେହ ମମତା ସାଗର ରଚେ ମୋହ ମାୟା ||
ବୁଝେ ନାହିଁ ହିଂସା ଦ୍ୱେଷ ଅନ୍ୟାୟ ଅତ୍ୟାଚାର,
ଦୟା କ୍ଷମା ସ୍ନେହ ପ୍ରୀତି ମମତାର ସେ ଏକ ସାଗର ||