STORYMIRROR

Ajaya kumar Jena

Abstract

3  

Ajaya kumar Jena

Abstract

ବିବାହ ବନ୍ଧନ

ବିବାହ ବନ୍ଧନ

1 min
257

ବିବାହ!

ପ୍ରବହମାନ ଜୀବସତ୍ତାର 

ପ୍ରଚଳିତ ସାମାଜିକ ପ୍ରଥା,

ଦଶବିଧ କର୍ମ ମଧ୍ୟେ ସେ ଏକ କର୍ମ,

ଦୁଇଟି ପରିବାରକୁ ଟାଣିନିଏ

ସୁଖ-ଦୁଃଖ ଭରା ସାଗର ମୁହାଣ କୁ।


କୁହ ତ',

ଯୋଡ଼େ ହୃଦୟକୁ ଯୋଡିବାର ସନ୍ଧିକ୍ଷଣ,

ହଳେ ହାତକୁ ବାନ୍ଧିବାରେ ଖିଏ ସୂତା,

ଆଉ ଦୁଇଟି ମନକୁ ବତୁରେଇବାରେ ବୁନ୍ଦେ ଜଳ

ନୁହେଁ କି ବିବାହ ବନ୍ଧନ?


ତା' ଆରମ୍ଭରେ ତ' ପ୍ରୀତିପୂର୍ଣ୍ଣ କୋଳାହଳ,

ସାହାନାଇ-ଶଙ୍ଖର ନିନାଦେ

ଖେଳିଯାଏ ହସର ମହୋତ୍ସବ,

ଜୀବନ ବେଦିରେ ଶଙ୍ଖୋଳି ହୁଅନ୍ତି

କେବେ ଦୁଇ ଅଚିହ୍ନା ହୃଦୟ,

ପୁଣି ଆଉ କେବେ ହଳେ ଚିହ୍ନା ମୁହଁ।


ସେମାନେ ହୁଅନ୍ତି ଗାର୍ହସ୍ଥ୍ୟ

ଯୌବନକୁ ଅତୀତ ମୁହାଣକୁ ଠେଲିଦେଇ,

ଆବୋରି ବସନ୍ତି ଏକ ନୂତନ ଭବିଷ୍ୟତ

ସମାଜ କୋଳକୁ ଭେଟିଦେବାକୁ

ଏକ ନୂତନ ଦାୟାଦର ଆଭିମୁଖ୍ୟରେ।


ଦୁଇ ପରିବାରକୁ ଦେବାପାଇଁ କାଣିଚାଏ ସୁଖ

ଝରକା ଉହାଡରୁ ଜୀବନ ଶେଯରେ

ମାପୁଥାନ୍ତି ଜହ୍ନର ପରିସୀମା,

ସୁଖରେ ଆଉ ଦୁଃଖରେ

ବାର ବାର ବହୁ ବାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract