STORYMIRROR

Debaki Behera

Abstract Inspirational

3  

Debaki Behera

Abstract Inspirational

ଭୟଙ୍କର ସାଥି

ଭୟଙ୍କର ସାଥି

1 min
32

ଅତି ଭୟଙ୍କର ସାଙ୍ଗ ମଦ ଟି ଅଟଇ,


ତାର ଯିଏ ସାଙ୍ଗ ହୁଏ ବିନାଶ ଘଟଇ।


ସବୁ ନଷ୍ଟ କରିଦେବ ତାର ସଙ୍ଗ ଦୋସ୍ତି,


ବେଳହୁଁ ନକରେ ଯିଏ ତାର ସହ କୁସ୍ତି।


ମଦ ପିଇ ଯୁବକଟି ମଦୁଆ ଯେ ହୁଏ,


ସମାଜରେ ସ୍ଥାନ ନାହିଁ ଦାଣ୍ଡେ ଠିଆ ହୁଏ।


ଜୀବନ ବଜାରେ ସିଏ କିଣା ବିକା ହୁଏ,


ମଦ ଯିଏ ପିଏ ସିଏ ସବୁ ଭୁଲିଯାଏ।


ବାପା ମାଆ ଭାଇ ବନ୍ଧୁ ଆତ୍ମୀୟସଜନ,


ସବୁ ଶତ୍ରୁ ସମ ପୁଣି ମଣେ ସେହି ଜନ।


ସ୍ତ୍ରୀ ପିଲା କଥା ତାର ମୁଣ୍ଡରେ ନପସେ,


ମଦ ଅଛି ତ ସବୁ ଅଛି ଏହା ଭାବିବସେ।


ମଦ ପାଇଁ କେତେ ଘର ଶ୍ମଶାନ ହୁଅଇ,


ମଦ ପାଇଁ କେତେ ପୁଅ ଅନାଥ ହୁଅଇ।


ମଦ ପାଇଁ ସ୍ତ୍ରୀ ଟିଏ କେତେ କଷ୍ଟ ପାଏ,


ଯାର ସ୍ବାମୀ ମଦ ପିଇ ତାକୁ କଷ୍ଟ ଦିଏ।


ମଦ ପିଇ ପୁଅ ପୁଣି ମାତା କୁ ନ ମାନେ,


ପିତା କେତେ କଷ୍ଟ କରେ ସେ କଥା ନ ଜାଣେ।


ମଦ ପିଇ ଦେଲା ପରେ ଚେତନା ହଜାଏ,


ପର ଝିଅ ଦେଖି ତାକୁ ନିଜର ସେ ଭାଏ।


ବଳାତ୍କାର ଭଳି ପୁଣି କୁକର୍ମ କରଇ,


ମଦ ପିଇ ମଣିଷ ରୁ ପଶୁ ପାଲଟଇ।


ରୋଜଗାର କରି ଯାହା ଅର୍ଜନ କରଇ,


ମଦ ଭାଟିରେ ବସି ତାକୁ ବାଜ୍ୟପ୍ତି କରଇ।


ସନ୍ତାନ ର ଉନ୍ନତି ଯେ ସେ କାହୁଁ ଜାଣିବ,


ମଦ ତାର ସାଥି ତେଣୁ କିଛି ନ ମଣିବ।


ମଦ ପିଇ ଯିଏ ପୁଣି ଗାଡି ଚଳାଇବ,


ଅସମୟେ ବିପତିକୁ ଆମନ୍ତ୍ରଣ ଦେବ।


ଆୟୁଷ ନ ଶେଷ ହେବା ଆଗରୁ ସିଏତ,


ଯମ ଲୋକ ପାଇଁ ପୁଣି ରାସ୍ତା କଢ଼ାଏତ।


ମଦ ପାଇଁ ସବୁ କିଛି ଅପକାର ହୁଏ,


ତଥାପି ମଣିଷ ପୁଣି ତାକୁ ବାଛୁଥାଏ।


ବିଷାଦ ଗ୍ରସ୍ତ ଯେ ଏକ ବାହାନା ଅଟଇ,


ମଦ ପିଇ ବାକୁ ଯେଣୁ ଉପାୟଟି ଏଇ।


ଭାଇ ବନ୍ଧୁ ମାନେ ମୋରୋ ଅନୁରୋଧ ଏହି,


ମଦ ଭଳି ସାଥି ଠାରୁ ରୁହହେ ଦୂରେଇ।


ଭୁଲ୍ କହିଥିଲେ ମୋତେ କ୍ଷମା କରିଦେବ,


ଦୟାକରି ମଦ ଠାରୁ ଦୂରରେ ରହିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract