STORYMIRROR

BANITA SAHU

Abstract

2  

BANITA SAHU

Abstract

ଭୟଭୀତ

ଭୟଭୀତ

1 min
219

ପିଲାଦିନେ ମାଁ ଜହ୍ନ ମାମାଁ କୁ ଦେଖାଇ ଖୁଆଉ ଥିଲେ ମତେ

ନଖାଇଲେ ମୁହିଁ ବାଘ ଆସିଲା ଭାଲୁ ଆସିଲା କାହାଣୀ କୁହନ୍ତି କେତେ

ହେଲେ ମୋ ମାଁ ଏହା କହିନଥିଲେ

ରାସ୍ତାରେ କେବେ ଏକା ଯିବୁନିରେ ମାଁ

ମଣିଷ ରୂପି ରାକ୍ଷାସ ଗୁଡିକ ବୁଲୁଥିବେ 

ଏମାନେ କୌଣସି ବାଘ ଭାଲୁ ଠାରୁ କମ୍ ନୁହଁନ୍ତି

ଡରିଯିବୁ ନାହିଁ ଏମାନଙ୍କୁ ସାମ୍ନା କରିବୁ ଦଶଭୂଜା ମାଁ ଦୁର୍ଗା ସାଜି

କିପରି ଭୂଲିଗଲେ ଏହି କଥା କହିବାକୁ

ମାଁ ତ କୌଣସି କଥା ଭୂଲି ନାହାନ୍ତି

ପ୍ରତିଟି କଥା କହିଛନ୍ତି

ଆଜି ମୋ ମାଁଙ୍କୁ ନିଶ୍ଚୟ ପଚାରିବି ମଣିଷଖିଆ ରାକ୍ଷାସ ମାନଙ୍କ ବିଷୟରେ

ବାଘ ଭାଲୁ ତ ଜଙ୍ଗଲରେ ରୁହନ୍ତି ହେଲେ ଏମାନେ କେଉଁଠାରେ ରୁହନ୍ତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract