STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ଭୟାଭୟ କାଳ

ଭୟାଭୟ କାଳ

1 min
193


ଅଦୃଶ୍ୟ ରୋଗଟି ଯନ୍ତ୍ରଣା ବି ଦେଲା

ଶୁଭ କର୍ମ କଲା ବନ୍ଦ,

ଝିଅ ବାହାଘର ପୁଅ ବାହାଘର

ରୋଗଟି କରିଲା ବନ୍ଦ।୧।


ଯାତାୟାତ ସବୁ ବନ୍ଦଟି ହୋଇଲା

ବାହାଘର ହିଁ କିପରି,

ଦେଖା ଚାହାଁ ନାହିଁ ଆସ ଯିବା ନାହିଁ

ନିର୍ଣ୍ଣୟ ହେବ କିପରି।୨।


ସଂଯୋଗରେ ହିଁ ହୁଏ ବାହଘର

ବରଯାତ୍ରୀ ନାହିଁ ସେଠି,

ବନ୍ଧୁକୁଟୁମ୍ବଙ୍କ ସମାବେଶ ନାହିଁ

ହୁଏ ବିଭାଘର ଏଠି।୩।


ଦୋଷ ନାହିଁ କିଛି କାହାରି ବି କିଛି

ସମୟର ଚକ୍ର ଏହି,

ଅଦୃଶ୍ୟ ରୋଗଟି ପରୀକ୍ଷା ନେଉଛି

ପ୍ରଭୁଙ୍କ ଡୋରଟି ଏହି।୪।


ପ୍ରଭୁ କୃପା ଦୃଷ୍ଟି ପଡ଼ିଲାଣି ଏବେ

ସବୁ ଶୁଭ ହେବ ଏବେ,

ଚକାନୟନଟି ପଢିଲା ଦେଶରେ

ସଞ୍ଜିବନୀ ଟିକା ଏବେ।୫।


ମନୁଷ୍ୟର ଶକ୍ତି ନାହିଁ ହିଁ କିଛି ହିଁ

ଶକ୍ତିଶାଳୀ ସେହି ପ୍ରଭୁ,

ସୃଷ୍ଟି ହର୍ତ୍ତାକର୍ତ୍ତା ପାଳନକର୍ତ୍ତା ସେ

ବଇଁଶୀ ଧାରି ସେ ପ୍ରଭୁ।୬।


କଷ୍ଟ ପରେ ହୁଏ ସୁଖଦ ସମୟ

ପ୍ରଭୁଙ୍କ ବଚନ ସେହୁ 

ସୁବର୍ଣ୍ଣ ସୁଯୋଗ ପୁଣି ଆସୁ ଅଛି 

ପ୍ରଭୁ ସିଞ୍ଚୁଛନ୍ତି ଏହୁ।୭।


ମନୋରଥ ପୂର୍ଣ୍ଣ କରିବେ ହିଁ ସେହୁ

ମନରେ ଭରସା ଅଛି,

କୋଟି ପ୍ରଣିପାତ ଭକ୍ତଙ୍କର ନିତ୍ୟେ

ଦୁଃଖ ନ ରଖିବେ କିଛି।୮।


ନଜର ପଡ଼ିଛି ପ୍ରଭୁଙ୍କର ଏବେ

ସୁଖମୟ ହେବ ଦେଶ,

ଦୀର୍ଘ ଦିନ କଷ୍ଟ ଦୂରେଇ ଦେବେ ସେ

ରୋଗମୁକ୍ତ ହେବ ଦେଶ।୯।


ଅଦୃଶ୍ୟ ରୋଗଟି ଯନ୍ତ୍ରଣା ବି ଦେଲା

ଶୁଭ କର୍ମ କଲା ବନ୍ଦ,

ଝିଅ ବାହାଘର ପୁଅ ବାହାଘର

ରୋଗଟି କରିଲା ବନ୍ଦ।୧୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational