STORYMIRROR

Gadadhar Sahoo

Thriller

2  

Gadadhar Sahoo

Thriller

ଭୟ

ଭୟ

1 min
2.9K

ମୁଁ ଜାଣି ନଥିଲି

ସେ ଲୁଚିଥିଲା

ମୋ ଭିତରେ

ମୋତେ ଡରେଇବାକୁ ।


ହେଲେ ବାପା

ସବୁବେଳେ କହନ୍ତି

ମୁଁ ଅଛି

ତୋର ପୁଣି ଡର କ'ଣ ?


ସତ କହିଚାଲ

ସମସ୍ତେ ତୋତେ ଡରିବେ

ମିଛ କହିଲେ

ତୁ ସଭିଁଙ୍କୁ ଡରିବୁ

ହେଲେ ବିଚାର ତୋର

ତୁ କଣ କହିବୁ ।


ଏବେ ବାପା ନାହାଁନ୍ତି

ମୁଁ ନାଁ ସତ କହିପାରୁଛି

ନାଁ ମିଛ କହିପାରୁଛି,

ତଥାପି ସମସ୍ତେ

ମୋତେ ଡରନ୍ତି

ମୁଁ ବି ସମସ୍ତଙ୍କୁ ଡରେ,

କାଳେ କେବେ

ସତ କହିଲେ

ସେ ମରିଯିବେ

ନ ହେଲେ

ମୋତେ ମାରିଦେବେ ।


Rate this content
Log in

Similar oriya poem from Thriller