STORYMIRROR

Manaswini Dash

Inspirational

3  

Manaswini Dash

Inspirational

ଭୟ

ଭୟ

1 min
18

ସବୁ ମୁହୂର୍ତ୍ତରେ ଭୟର ପ୍ରହାର ଆଉ ଅତ୍ୟାଚାର 

ଜୀବନ ଆଜି ଅସହ୍ୟ ବାରମ୍ବାର ଆଘାତ ସହିସହି 

କରୋନାର ଆକସ୍ମିକ ପ୍ରବେଶ ପୁଣି ଲକଡାଉନର ନିରନ୍ତର ଉପସ୍ଥିତି ସବୁକିଛି ବିଗାଡିଦେଇଛି ତା ହାତରେ 

ଅର୍ଥ ରୋଜଗାରରର ଅନିଶ୍ଚିତତା ଆଉ ଅସମର୍ଥତା 

ଯେମିତି ଲୋଟିନେଇଛି କିଛି ନୂତନ କରିବାର ଅଭିପ୍ସା 

ପୁଣି ସମାଜର ଅତ୍ୟାଚାର ଉଭାହେଇଛି ଆଉ ଏକ ଭୟ ରୂପେ 

ଜୀବନ ଆଜି ଏକ ଅଜଣା ରାସ୍ତାରେ ଉପସ୍ଥିତ 

ଆଗକୁ ଖାଲି ଘନଘୋର ତାମସାର ଦୃଢ ଉପସ୍ଥିତି 

ଦୁର୍ବିସହ ବେଦନାର ଆର୍ତ୍ତନାଦ ଆଉ ଛାତିଫଟା ଚିତ୍କାର 

ତଥାପି ପ୍ରତୀକ୍ଷା ଏକ ଆଶାଭରା ନବୋଦିତ ଭାସ୍କରର 

କାଳେ ସେହି କିରଣର ସ୍ପର୍ଶରେ ନିଶ୍ଚିହ୍ନ ହୋଇଯିବ ସବୁ ଭୟ, ଯାତନା ଏବଂ ବିଷାଦ

ଏବଂ ପୁନର୍ବାର ସଂଚାରିତ ହେବ ଅଭିଳାଷ 

ଜୀବନକୁ ନୂତନ ଭାବେ ବଞ୍ଚିବାର ଏକ ଛୋଟ ଅଭିଯାନ |



Rate this content
Log in

Similar oriya poem from Inspirational