STORYMIRROR

Prabhati Mahapatra

Classics Inspirational

3  

Prabhati Mahapatra

Classics Inspirational

ଭୂଲ ଠିକଣା

ଭୂଲ ଠିକଣା

1 min
230

ଗଭୀର ଚିନ୍ତାରେ ପଡ଼ିଛି ମିତରେ

ଠିକଣାଟା ହଜି ଗଲା 

ଭୂଲ ଠିକଣାରେ ପାଦ ଦେଇ ମିତ

ମୁଣ୍ଡ ଝାଇଁ ମାରି ଦେଲା ।

ବାଟ ବଣା ଯେବେ ହୋଇ ଗଲି ବନ୍ଧୁ

ପୁରୋହିତ ଘର ଦେଖେ

ପୁଜାରୀ କଂସାରେ ଆମିଷ ଭୋଜନେ

ବଦନ ମୋହର ସୁଖେ ।

ଆଗକୁ ଯାଇ ମୁଁ ଦୁଆର ପିଟିଲି

ଆଇ ବୁଢି ଦେଲା ଡାକ

ଘର ମୁଁ ଜଗିଛି କିଏ ସେ ଡାକୁଛ

ବିୟୁଟି ର୍ପାଲର ଦେଖ ।

ବୋପା ଲୋ ମା ଲୋ କହି ଆଗେଇଲି

ସୂର୍ଯ୍ୟ ଦେବ ମଥାପରେ

ପରିବା ଦୋକାନୀ ଦେଖ ମୁଁ ବସିଲି

ତରାଜୁ ଠକାମୀ କରେ ।

ଆଶା ହରାଇଲି ଠିକଣା ହରାଇ

ସଂଧ୍ୟା ଆସୁଥିଲା ନଇଁ

ଚା ଦୋକାନରୁ ଉତ୍ତର ଦେଲେନି

ଚିଲମ ଜାଣନ୍ତି ଭାଇ ।

ପଛରୁ ମାଉସୀ ଡାକ ଦେଲା ମୋତେ

କାହାକୁ ଖୋଜୁଛୁ ଝିଅ

ଭୂଲ ଠିକଣାରେ ମିଳିବ ନାହିଁ ଲୋ

ଦୁନିଆଁରେ କେହି ପ୍ରିୟ ।



Rate this content
Log in

Similar oriya poem from Classics