STORYMIRROR

Binodini Dash

Inspirational

4  

Binodini Dash

Inspirational

ଭୁଲିଯାଅ ପଛେ ଭଲରେ ଥାଅ

ଭୁଲିଯାଅ ପଛେ ଭଲରେ ଥାଅ

1 min
10


ପ୍ରେମ ଚିରନ୍ତନ ପ୍ରେମ ହିଁ ଶାଶ୍ବତ

ପ୍ରେମରେ ନଥାଏ ବାଛବିଚାର

ଥରେ ଯେବେ ପଶେ ମନ ଅଗଣାରେ

ଦୂରେଇ ପାରେନି କାହା ଅନ୍ତର ।


ଘେରାଇ ବିଶ୍ବାସ ବାଡ଼ ହୃଦକ୍ଷେତେ

ଭରସାର ବୀଜ କରି ବପନ

ଚଳୁଥାନ୍ତି ନିତି ବହି ସ୍ନେହ ପ୍ରୀତି

କରିବାବୁ ଯେତେ ଆଶା ପୂରଣ ।


ଖାଇଯାଏ ଯେବେ ବାଡ଼ କ୍ଷେତ ତେବେ

କେହି ବି ମନରେ ପଡ଼ଇ ଭାଙ୍ଗି

ଊଣା ନ କରଇ ତଥାପି ତା’ ପ୍ରେମ

ସଜାଇ ନିଜକୁ ଜଣିଏ ତ୍ୟାଗୀ ।


ତ୍ୟାଗର ପ୍ରେମଟା ଭରିଦିଏ ଶାନ୍ତି

ଭୋଗରେ ମିଳେନି ତହୁଁ ଅଧିକ

ମନଟାକୁ କଷ୍ଟ ହେଉଥିଲେ ମଧ୍ୟ

ଆତ୍ମାକୁ ମିଳଇ ଅପାର ସୁଖ ।


ସ୍ବାର୍ଥ ସିଦ୍ଧି ପରେ ବନ୍ଧୁଟିଏ ଯେବେ

ମୁହଁ ନଫେରାଇ ଚାହେଁନା ଥରେ

କେବେ ବି ସୁମତି ସେହି ବନ୍ଧୁପ୍ରତି

ଅମଙ୍ଗଳ ଚିନ୍ତା ନ କରିପାରେ ।


ମନ ଆକାଶରୁ ଛୁଟୁଥିଲା ଦିନେ 

ତାହା ପାଇଁ ପ୍ରେମ-ବରଷା ସୁଅ

ସେଥିପାଇଁ ପରା ତା’ ମନ କହଇ

ଭୁଲିଯାଅ ପଛେ ଭଲରେ ଥାଅ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational