STORYMIRROR

Rabindra kumar Sahoo

Romance Tragedy

3  

Rabindra kumar Sahoo

Romance Tragedy

ଭୁଲିଗଲୁ ସବୁ ଭୁଲିଗଲୁ

ଭୁଲିଗଲୁ ସବୁ ଭୁଲିଗଲୁ

1 min
242

  

   ପିଲାବେଳ କଥା ଭୁଲିଗଲୁ

   ଧୂଳିଖେଳ କଥା ଭୁଲିଗଲୁ

   ବୋହୂଚୋରୀ, ଖପରାକାତି,

   ଲୁଡୁ ଖେଳ, ତାସ୍, ପଶା,

    ପେଣ୍ଡୁ ଖେଳ ଆଦି ଭୁଲିଗଲୁ

   ଭୁଲିଗଲୁ ସବୁ ଭୁଲିଗଲୁ ।


   ନଈ ତୁଠ କଥା, 

     ପୋଖରୀ ତୁଠ କଥା

   ଗାଆଁ ଗୋହିରୀର

     ତୋଟାମାଳ କଥା

   ବିଦ୍ୟାଳୟ ଯିବା ବାଟ କଥା

   ସାଙ୍ଗ ସାଥୀ ମେଳ

    ଥଟ୍ଟା ତାମସା କଥା

   ଭୁଲିଗଲୁ ସବୁ ଭୁଲିଗଲୁ।


   ମାଆର ବାପଙ୍କର ଗାଳିମନ୍ଦ କଥା

   ସାଙ୍ଗ ସାଥୀ ମେଳେ

    ଦୁଷ୍ଟାମୀର କଥା

   ବଣଭୋଜି, ଡାଳିମାଙ୍କୁଡି ଖେଳ,

   ବରକୋଳି ଚୋରୀ, ପିଜୁଳି ଚୋରୀ,

   ବାଦାମ ଚୋରୀ, ମୁଗ ଛୁଇଁ ଚୋରୀ

   ଏ ସବୁ ଚୋରୀ କରି ଖାଇବାର

    ଆନନ୍ଦର କଥା

   ଭୁଲିଗଲୁ ସବୁ ଭୁଲିଗଲୁ ।


   ତୋ ମୋ ଭିତରର ସମ୍ପର୍କର କଥା

  ମୋ ପାଇଁ ତୁ ଗାଳି ଖାଇବାର କଥା

   ତୋ ପାଇଁ ମୁଁ ମାଡ ଖାଇବାର କଥା

   ସାଙ୍ଗ ସାଥୀ ମେଳେ 

    ପର୍ବପର୍ବାଣୀ ଓ ପୂର୍ଣ୍ଣିମା, 

    ଅମାବାସ୍ୟା, ସଂକ୍ରାନ୍ତି ତଥା

    ଯାନି ଯାତ୍ରା ବେଳେ

   ତୋର ମୋର ଭେଟ ହେବା କଥା

   ଭୁଲିଗଲୁ ସବୁ ଭୁଲିଗଲୁ ।


   ତୋ ବାପାମାଆଙ୍କର 

    ତାଗିଦର କଥା

   ମୋ ପାଇଁ ତୁ କଷ୍ଟ ପାଇବାର କଥା

    ଗୋପନରେ ଆମ ଦୁହିଁଙ୍କର

    ଚିଠି ଦିଆନିଆ କଥା

   ଲୁଚେଇ ଛପେଇ ମୋତେ

   ପିଜୁଳି, ବରକୋଳି, ଆମ୍ବ, ପଣସ,

    ପିଠାପଣା ଆଦି ଦେବା କଥା

    ଭୁଲିଗଲୁ ସବୁ ଭୁଲିଗଲୁ ।


   ସବୁ କଥା ଭୁଲି

     ମୋତେ ପର କରିଦେଲୁ

   ଜୀଇଁ ଥାଉ ଥାଉ

     ମୋତେ ମାରିଦେଲୁ

   ତୋ ସଂସାରେ ତୁ ମଜିଗଲୁ

   ହେଲେ ସତ କହିଲୁ

    ତୁ କ'ଣ କେବେ ତୋ ହୃଦୟରୁ

    ମୋତେ ଦୂର କରିଦେଲୁ

   ସତରେ ସେ ଅତୀତର ସ୍ମୃତିକୁ

   ଅତୀତର ସେ ଭଲପାଇବାକୁ

   କ'ଣ ଭୁଲିଗଲୁ ସବୁ ଭୁଲିଗଲୁ ?


   ନା ମିଛ ଅଭିନୟର 

     ମିଛ ବାହାନା କରି

   ମିଛ ସଂସାରେ ମାତିଯାଇ

   ମିଛିମିଛିକା ଭୁଲିବାର 

      ଅଭିନୟ କଲୁ

   ସତରେ କ'ଣ ତୁ

     ମୋତେ ଭୁଲିଗଲୁ

   ଅତୀତର ଆମର 

   ସେ ପ୍ରେମକୁ ଭଲପାଇବାକୁ

   ଭୁଲିଗଲୁ ସବୁ ଭୁଲିଗଲୁ ?

    

    


    

   

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance