STORYMIRROR

Mahesweta Panigrahi

Romance

4  

Mahesweta Panigrahi

Romance

ଭୁଲି ତୁମେ ଗଲ

ଭୁଲି ତୁମେ ଗଲ

1 min
191


ଭୁଲି ତୁମେ ଗଲ ଭୁଲେଇ ବି ଦେଲ

ଅସରନ୍ତି ଯେତେ ସ୍ମୃତି,

ହୃଦୟ ପଥର ସତରେ ତୁମର

ଦ୍ଵନ୍ଦରେ ଆମ ପ୍ରୀତି।

ଓଦା ଓଦା ଲାଗେ ସ୍ମୃତିରେ ଜଡ଼ିତ

ପୁନେଇର ପ୍ରତି ରାତି,

ଆଜି ବି ଜୀବିତ ମୋ ହୃଦୟେ ତୁମ

ପହଲି ପ୍ରେମର ଗୀତି।

ଆକାଶର ଛାତ ଧରଣୀ ଗାଲିଚା

ସାକ୍ଷୀ ସେଇ ତାରା କାନ୍ତି,

ସାଉଁଟେ ଆଜି ମୁଁ ପଣତ କାନିରେ

ଅଶ୍ରୁ ନୁହେଁ ସେ ଯେ ମୋତି।

ତୁମେ ସତେ ସବୁ ବିସ୍ମୃତି ଦେଲଣି

ମୁଁ ରହେ କଥା ଚିନ୍ତି,

କୁହ ତ କେମିତି ସତରେ ପାରିବି

ଭୁଲି ମୁଁ ତୁମକୁ ସାଥୀ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance