STORYMIRROR

Hitesh Mohapatra

Romance

3  

Hitesh Mohapatra

Romance

ଭୁଲି ପାରୁନି ତୋତେ

ଭୁଲି ପାରୁନି ତୋତେ

1 min
299

କାହିଁକି ଭୁଲି ପାରୁନି ତୋତେ

କାହିଁ ଆସୁ ତୁ ?

ସବୁବେଳେ ନିରୋଳା ରେ

ଫିସ୍‌ ଫିସ୍‌ କରି କିଛି କହିଯାଉ

ମୋ କାନରେ । ୧


ମୁଁ ଖୋଜୁ ଥାଏ

ତୋର ସେହି ହସ

ଅନ୍ୟର ହସରେ

ତୋର ସେ କୁନି କୁନି ପାଦର ଚିହ୍ଣ

ଚନ୍ଦ୍ରଭାଗାର ବେଳାଭୁମିରେ । ୨


ମୁଁ ସମୁଦ୍ର , ତୁ ସାମୁକା

କେମିତି ରହିବୁ ତୁ ,ମୋଠୁ

ଏକା ଏକା

ଭୁଲିଯା ପାପ ପୁଣ୍ୟ ର ହିସାବକୁ 

ଭାସିଆସ ମୋ ଜୁଆରେ

ମୋ କୋଳକୁ । ୩


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance