STORYMIRROR

Sarojini Behera tiki

Romance

4  

Sarojini Behera tiki

Romance

ଭୁଲି ପାରିବିନି ତୁମକୁ

ଭୁଲି ପାରିବିନି ତୁମକୁ

1 min
457


ସମୟକୁ ଆଦରି ପାରେ

ସଭିଁକୁ ନିଜର ବି କରିପାରେ

ମିଛି ମିଛିକା ଖୁସି ଆସର

ଖେଳାଇ ପାରେ

ମାନ ଅଭିମାନ ଦୂରେଇ ପାରେ

ହେଲେ କାହା ପ୍ରେମରେ ଛନ୍ଦି 

ହେଇ ତୁମକୁ ଭୁଲି ପାରିବିନି।


ଝୁରୁଥିବ ମୋ ମନ

ଲେଖି ଲେଖି ତୁମ ନାମ

ଜିଅନ୍ତା ସ୍ମୃତିର ବୁକୁ ଫଟା ଚିକ୍ତାର

ଝଲସୁ ଥିବା ପ୍ରୀତି ଫୁଲର

ଅସୁମାରୀ ଅଭିମାନି ଜିଜ୍ଞାସା

ଅପବିତ୍ର ଦେହକୁ ଅଇଁଠା

କରି ଜଳି ପାରେ କାହା

ବାହୁ ବନ୍ଧନରେ ତଥାପି 

ପାରିବିନି ତୁମକୁ ଭୁଲି।


ହେଉ ପଛେ ପ୍ରେମ ପ୍ରବୀର

ମାରୁ ପଛେ ଲକ୍ଷେ ତୀର

ପାଛୋଟିପାରେ ପ୍ରେମହୀନ

ଦେହଟିକୁ ବୋଳିପାରେ ମେଞ୍ଚା ମେଞ୍ଚା

ରଙ୍ଗ ତଥାପି କିଣି ପାରିବନି ଏ ମନକୁ

ଛୁଇଁ ପାରିବନି ସୀମାକୁ

କରିପାରିବନି ମନ ତାକୁ ଆପଣାର

ଭୁଲି ପାରିବନି ତୁମର 

ଅଭୁଲା ଅଧା ରହିଥିବା କାହାଣୀକୁ

ଭୁଲିପାରିବିନି ତୁମକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance