STORYMIRROR

Banasmita Panda

Inspirational

4  

Banasmita Panda

Inspirational

ଭୁଲ ଠିକଣା

ଭୁଲ ଠିକଣା

1 min
163


ହେ ପ୍ରଭୁ 

ମୁଁ ଯେ ଛାର ମନୁଷ୍ୟ 

ସ୍ଥିତି ମୋର ଭୁଲ ଠିକଣା 

କି ଆକଳନ କରିବି 

ଖୋଜି ବୁଲେ ତୋ ଠିକଣା 

ତୁମର ଉପସ୍ଥିତି 

ତୁମରି ଦୟାରେ ଏ ସମସ୍ତ ଜଗତ 

ତୁମରି ଲୀଳା ରେ ଚାଲେ ଏ ସଂସାର 

ଜଳରେ ରହିଛ ପ୍ରଭୁ 

ସ୍ଥଳରେ ରହିଛ 

ଆକାଶେ ରହିଛ 

ପାତାଳେ ରହିଛ 

ବକ୍ଷରେ ରହିଛ ପ୍ରଭୁ 

ଅକ୍ଷରେ ରହିଛ 

ବିନ୍ଦୁରେ ରହିଛ ପ୍ରଭୁ 

ସିନ୍ଧୁରେ ରହିଛ 

ଅନ୍ତରେ ରହିଛ ପ୍ରଭୁ 

ବାହାରେ ରହିଛ 

କାଠରେ ରହିଛ ପ୍ରଭୁ 

ପାଠରେ ରହିଛ 

ନିଆଁରେ ରହିଛ ପ୍ରଭୁ 

ଧୂଆଁରେ ରହିଛ 

ଖରାରେ ରହିଛ ପ୍ରଭୁ 

ଛାଇରେ ରହିଛ 

ତୁଣ୍ଡରେ ରହିଛ ପ୍ରଭୁ 

ମୁଣ୍ଡରେ ରହିଛ 

ତୁମ୍ଭେ ଯେ ମହାବାହୁ 

ସର୍ବତ୍ର ରହିଛ. 

ଯିଏ ପାଇଛି ତୋ ଠିକଣା 

ସେ କେବେ ନ ହେବ ବାଟୋଇ ସେ ଭୁଲ ଠିକଣାର

ମୁଁ ଯେ ତୋ ଭକତ ବଡ଼ ଦାଣ୍ଡର l



Rate this content
Log in

Similar oriya poem from Inspirational