STORYMIRROR

Papu parida

Romance Tragedy Others

3  

Papu parida

Romance Tragedy Others

ଭୁଲ ଠିକଣା

ଭୁଲ ଠିକଣା

1 min
225


କାଲି ତା ଲାଗି ସବୁ କିଛି ଥିଲି

ଆଜି ତା ଲାଗି ଅଜଣା

ଠିକ ରାସ୍ତାରେ ଚାଲୁଥିଲି ନା ମୁଁ

ପାଇଥିଲି ଭୁଲ ଠିକଣା।

ମାୟାବିନୀ ସାଥେ ବାଟ ଚାଲୁ ଚାଲୁ

ବାଟ ଗଲିକି କି ମୁଁ ଭୁଲି

ଜାଣି ପାରିଲିନି କେମିତି କେଜାଣି

ସେ ମରିଚିକାଟିଏ ବୋଲି।

ବଢୁଥାଏ ଯେତେ ଆଗକୁ ଆଗକୁ

ଅନ୍ଧକାର ଦିଶେ ମତେ

ପ୍ରେମର ଆଲୁଅ ଝାପସା ହେଲାଣି

ଲିଭିଜିବ କି ସେ ସତେ।

ଦୋଷୀ ଆଜି ମୁହିଁ କେଉଁ ଦୋଷରେ

ପାରୁ ନାହିଁ ଜମା ଜାଣି

ତୃଷ୍ଣାରେ ଶୁଖୁଛି ହୃଦୟ ମୋହର

କେହିଦିଅ ମତେଟିକେ ପାଣି।

ଆଉ ଆସିବିନି ଏ ବାଟରେ କେବେ

ହେବି ନାହିଁ କେବେ ବାଟବଣା

ହାତ ମାପି ଏବେ ଚାଖଣ୍ଡେ ଚାଲିବି

ଠିକ ଠିକଣା ଏବେ ଯେ ଜଣା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance