STORYMIRROR

Durjyodhan Barik

Romance

3  

Durjyodhan Barik

Romance

ଭୁଲ୍ ଠିକଣା

ଭୁଲ୍ ଠିକଣା

1 min
239


ନଦୀ ଖୋଜୁଥାଏ ସାଗରର ରାସ୍ତା

ପାଉନି ତା'ର ଠିକଣା,

ଆମେ ଖୋଜୁ ଅଛୁ ଶାମୁକାରେ ମୋତି

ପୋଖରୀରେ ହୋଇ ବଣା ।

ସତେକି ଭୁଲ୍ ଠିକଣା ?


ଜହ୍ନ ଖୋଜୁଅଛି ପ୍ରେମିକା କଇଁକୁ

ପୋଖରୀ ଗଲାଣି ସୁଖି ,

ଫୁଲରେ ମଧୁପ ଉଡ଼ି ଉଡ଼ି ବୁଲେ

ମଧୁ ପାରେନାହିଁ ଦେଖି ।


ଆଖି ଭୁଲିଗଲା ରାତିରେ ନିଦକୁ

ସପନ ଖୋଜୁଛି ନିଦ,

ଚାଷୀ ଖୋଜୁଛନ୍ତି ଶ୍ରାବଣେ ବର୍ଷାକୁ

ବ୍ରାହ୍ମଣକୁ ଖୋଜେ ବେଦ ।


ମୁଁ ତ ଖୋଜୁ ଅଛି ପ୍ରିୟାକୁ ମୋହର

ତା ପାଇଁ ହେଉଛି ବଣା,

ଯେଉଁଠି ଖୋଜୁଛି ସେଇଠି ପାଉନି

ସେହି ତ ଭୁଲ ଠିକଣା ।


Rate this content
Log in

Similar oriya poem from Romance