STORYMIRROR

DR SAMIR RANJAN BEHERA

Tragedy

3  

DR SAMIR RANJAN BEHERA

Tragedy

ଭୁଲ ଠିକଣା

ଭୁଲ ଠିକଣା

1 min
237


  ସେଦିନ ସେଇ ରାତ୍ରିର ଅନ୍ଧାର 

  ଗୁମସୁମ ସମୀର ଗୁମସୁମ ଆକାଶ 

  ଝିଙ୍କାରୀ ର ଚିଇଁ ଚିଇଁ ଆୱାଜ 

  ଶ୍ଵାନ ଶୃଗାଳ ର ଚିତ୍କାର 

  ଆଉ ତା ଭିତରେ ଶୁଭିଲା ଏକ ସ୍ବର 

  ସତେ ସେ ସ୍ବର ର ଭରିଥିଲା 

  ଏକ ଭୟାତୁର ନିରାଶ୍ରୟ ନାରୀ ର 

   କିଏ ସେ ରାତ୍ରି ର ଏ ଅନ୍ଧାରରେ ll


  ପାଖରେ ଦେଖିଲି 

  ମୁହଁ ବୁଜି ନାରୀଟିଏ 

   ବହୁତ ଜୋର ଥରୁଥାଏ 

   କିଛି ପଚାରିଲି 

   ନିରବ ରହିଲା 

   ବୁଝିପାରିଲିନି ଏ ନାରୀ 

   ଭୁଲ ଠିକଣାରେ ଆସିଛି 

   କି ଠିକଣା ଏ ନାରୀ କୁ ଭୁଲ ବନେଇଦେଇଛି

   ପାଖକୁ ଯାଇ ଦେଖିଲି 

   ସେ ଜଣେ ମା 

   ଯିଏ ଆଜି ଦଶ ବର୍ଷ ପରେ ବି 

   ତା ପିଲା କୁ ଖୋଜୁଛି 

   ପାଗଳ ହୋଇ ବିକଳ ହେଇ 

   ଯାହାର ପିଲା କୁ ଜବରଦସ୍ତି 

   ହଜେଇ ଦିଆ ଯାଇଥିଲା ଏକ ଭୁଲ ଠିକଣା ରେ ll   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy