ଭୁଲ ଠିକଣା
ଭୁଲ ଠିକଣା
ମଣିଷ ଜୀବନ ଭୁଲ ଠିକ ମାନ
ପ୍ରତିମୁହୂର୍ତ୍ତ ରେ ଥାଇ
ଚିନ୍ତନ ଭାବନା ସଜାଗ ରେ ଥିଲେ
ସମାଧାନ ସେ ହୁଅଇ ||
ମାନସିକ ଚିନ୍ତା କରେ କଣ୍ଟାକି ତ
ପଥ ହୁଡ଼ିଣ ଚାଲଇ
ମନ ସ୍ଥିର କରି କର୍ମ ଯେ କରଇ
ଠିକଣା ମାର୍ଗେ ରୁହଇ ||
ପଥେ ପଥେ ସେହି ଗମନ କରଇ
ବାଟ ଘାଟ ହୁଏ ବଣା
ସଠିକ ସ୍ଥାନରେ ପହଁଚି ପାରେନା
ଲଭଇ ଭୁଲ ଠିକଣା ||
ପିତା ମାତା କନ୍ୟା ବିବାହ କରିଲେ
ଭଲ ଶାଶୁ ଘର ଭାବି
ପତି ପତ୍ନୀଙ୍କର ଜାତକ ନ ପଡେ
ଭୁଲ ଠିକଣା ତ ସେଠି ||
ଶାଶୁ ଶଶୁର ତା ଚିନ୍ତା କରିଥିଲେ
ସୁନା ଲାଖି ବୋହୁବୋଲି
ଘର ଭଙ୍ଗା ଦେଖି ଶାଶୁଯେ ଭାବଇ
ଭୁଲ ଠିକଣା କୁ ଗଲି ||
ବାଟର ବାଟୋଇ ବାଟ ହୁଡ଼ି ବସେ
ନ ଥାଏ ତାର ଠିକଣା
ଜଙ୍ଗଲ ରାସ୍ତାକୁ ଅତିକ୍ରମ କରି
ବୁଦ୍ଧି ହୁଅଇ ତା ବଣା ||
