STORYMIRROR

SACHALA GURU

Tragedy Others

2  

SACHALA GURU

Tragedy Others

ଭୁଲ ଠିକଣା

ଭୁଲ ଠିକଣା

1 min
91

ମଣିଷ ଜୀବନ ଭୁଲ ଠିକ ମାନ 

  ପ୍ରତିମୁହୂର୍ତ୍ତ ରେ ଥାଇ 

ଚିନ୍ତନ ଭାବନା ସଜାଗ ରେ ଥିଲେ 

  ସମାଧାନ ସେ ହୁଅଇ ||

ମାନସିକ ଚିନ୍ତା କରେ କଣ୍ଟାକି ତ 

  ପଥ ହୁଡ଼ିଣ ଚାଲଇ 

ମନ ସ୍ଥିର କରି କର୍ମ ଯେ କରଇ 

  ଠିକଣା ମାର୍ଗେ ରୁହଇ ||

ପଥେ ପଥେ ସେହି ଗମନ କରଇ

   ବାଟ ଘାଟ ହୁଏ ବଣା 

ସଠିକ ସ୍ଥାନରେ ପହଁଚି ପାରେନା  

  ଲଭଇ ଭୁଲ ଠିକଣା ||

ପିତା ମାତା କନ୍ୟା ବିବାହ କରିଲେ 

  ଭଲ ଶାଶୁ ଘର ଭାବି  

ପତି ପତ୍ନୀଙ୍କର ଜାତକ ନ ପଡେ 

  ଭୁଲ ଠିକଣା ତ ସେଠି ||

ଶାଶୁ ଶଶୁର ତା ଚିନ୍ତା କରିଥିଲେ 

  ସୁନା ଲାଖି ବୋହୁବୋଲି 

ଘର ଭଙ୍ଗା ଦେଖି ଶାଶୁଯେ ଭାବଇ

   ଭୁଲ ଠିକଣା କୁ ଗଲି ||

ବାଟର ବାଟୋଇ ବାଟ ହୁଡ଼ି ବସେ 

   ନ ଥାଏ ତାର ଠିକଣା 

ଜଙ୍ଗଲ ରାସ୍ତାକୁ ଅତିକ୍ରମ କରି 

  ବୁଦ୍ଧି ହୁଅଇ ତା ବଣା ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

Similar oriya poem from Tragedy