STORYMIRROR

Narayan chandra Senapati

Abstract

2  

Narayan chandra Senapati

Abstract

ଭୁଲ ହୋଇଗଲା...ତୋତେ ଭଲପାଇ

ଭୁଲ ହୋଇଗଲା...ତୋତେ ଭଲପାଇ

1 min
373

ଭାବିଥିଲି

ଶୀତଳ ଜହ୍ନର ଜ୍ୟୋତ୍ସ୍ନା ହୋଇ

ତମେ ଛୁଇଁବ ମୋ କଇଁଫୁଲିଆ ଦେହକୁ,

ପ୍ରଭାତର ଉଦିତ ଅରୁଣର କଅଁଳ କିରଣରେ

ଅଫୁରନ୍ତ ପୁଲକ ଭରିଦେଵ ମୋ ହୃଦ ପଦ୍ମରେ,

ହେଲେ କିଏ ଜାଣିଥିଲା

ଦାରୁଣ ବୈଶାଖର ତପ୍ତ ଖଇଫୁଟା କିରଣ ହୋଇ

କଲ୍ ବଲ୍ କରି ଜାଳି ପୋଡ଼ିଦେଵ

ମୋ ଆଶାର ଦୁବ ଗାଲିଚାକୁ,

ନିଷ୍ଠୁରା ବାଘୁଣୀ ସାଜି

ତୀକ୍ଷ୍ଣ ଦନ୍ତାଘାତରେ କ୍ଷତ ବିକ୍ଷତ କରିଦେବ

ମୋ ନିରୀହ ପ୍ରେମର ସରଳ ମୃଗକୁ,

ସତରେ ମୁଁ ନିର୍ବୋଧଟା କଣ କଲି

ତୁମକୁ ଭଲ ପାଇ

ମୁଁ ବିଲ୍ କୁଲ୍ ଭୁଲ କରିଦେଲି


ସେଦିନର ଆମ ହାତ ତିଆରି ସ୍ମୃତି ମହୁଫେଣାଟା

ଆଜି ପିତାରାଣୀ ଚିରେଇତା ପାଲଟିଗଲା,

ଆମ ଅନୁଭୁତିର ପୀୟୂଷ ସବୁ

ଜଳାତଙ୍କ ରୋଗ ବାଣ୍ଟୁଥିବା

 ବିଶ୍ୱସ୍ତ ଶ୍ବାନର ବିଶ୍ବାସଘାତକ ଗରଳ ପାଲଟିଗଲା,

ତମ ପ୍ରେମର ଆକାଶରେ 

ସ୍ମୃତିର ଇନ୍ଦ୍ରଧନୁ ଆଙ୍କିବାକୁ

 ସେଦିନ ମୋ ପ୍ରୀତି ତୂଳୀଟା ଆବେଗର ତରଙ୍ଗରେ ସ୍ନାନ କରିଥିଲା,

ହେଲେ ତମ ଧୋକା ଅଜଗର ପେଟଟା ଭୋକିଲା ସାଜି

ମୋ ଭଲପାଇବାର ସୁନା ହରିଣୀକୁ

ଗିଳି ନିଶ୍ଚିହ୍ନ କରିଦେଲା,

ସତରେ ମୁଁ ଅଜ୍ଞାନଟା କ'ଣ କଲି

ତମକୁ ଭଲ ପାଇ

ପୁରାପୁରି ଭୁଲ କରିଦେଲି


ଭାବିଥିଲି

ତୁମ ମହାନତାର ପହିଲି ଆଷାଢଟା

କେଇଟୋପା ଜଳ ସିଞ୍ଚି ଦେବ ମୋତେ

ଭିଜା ମାଟିର ବାସ୍ନା,

ତମ ପ୍ରୀତି ପ୍ରଣୟର ମନ୍ଦ ମଳୟଟା

ସରାଗରେ ଆଉଁସି ଆଉଁସି

ମୋ ପ୍ରାଣ ସ୍ପନ୍ଦନକୁ କରିଦେବ ନବ ପଲ୍ଲବିତ,

ହେଲେ କିଏ ଜାଣିଥିଲା

ଜ୍ବାଳାମୁଖୀ ଆଗ୍ନେୟଗିରି ସାଜି

ତମ କପଟୀ ଆଖିର ଖଳନାୟିକା ବହ୍ନିଟା

ଧ୍ୱସ୍ତ ବିଧ୍ୱସ୍ତ କରି 

ଶ୍ମଶାନ କରିଦେବ ମୋ ପ୍ରଣୟର ଆର୍ଦ୍ର ଶାନ୍ତ ନିଷ୍ପାପ ଶରୀରକୁ,

ସତରେ ମୁଁ ଅପଦାର୍ଥଟା କଣ କଲି

ତମକୁ ଭଲପାଇ ଅଜାଣତରେ 

ସବୁ ଭୁଲ କରିଦେଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract