STORYMIRROR

Parbati Pradhan

Abstract

3  

Parbati Pradhan

Abstract

ପ୍ରଜାପତି କହେ ନିଜ କଥା

ପ୍ରଜାପତି କହେ ନିଜ କଥା

1 min
256

ଆପଣା ଇଚ୍ଛାରେ ପାଏ ନାହିଁ କେହି

ଉଚ୍ଚ କୂଳ, ଜାତି, ଗୋତ୍ର,

ସମ୍ବାଳୁଆ ହୋଇ ଜନମିଲି ଯେବେ

ହେଲି ମୁଁ ଘୃଣାର ପାତ୍ର ll

ମୋ ଜାତି ଭାଇକୁ ଦେଖିଲେ କେହି

ଭୟରେ ଛାନିଆ ହୋଇ ଯାଏ ପଳାଇ

କେହି କେହି ପୁଣି ଦେଖିଲେ ଯେ ମତେ

ଗାତ ଖୋଳି ପୋତି ଦିଏ ପକାଇ ll

ଗଛପତ୍ର ଖାଇ ଲୁଛି ରହିଥାଏ

ମନକୁ ଯେ ଉଣା କରି

ଏପରି ଜନମ ପାଇ କି ଯେ ଲାଭ

ସ୍ୱାଧୀନତା ଜହିଁ ନାହିଁ ll

ମା' ଉଡ଼ି ବୁଲେ ଫୁଲରୁ ଫୁଲକୁ

ମୁଁ ରହେ ଗଛପତରେ ଲୁଚି

କେଉଁଠୁ ଆଣିଲା ଡେଣା ଦୁଇଟି ସେ

ପୁଣି ରଙ୍ଗ ବେରଙ୍ଗ ତା ଦେହର ଛବି ll

ଏପରି ଦେଖି ମୁଁ ସହି ପାରୁନାହିଁ

କୋହରେ ଥରୁଛି ଛାତି ll

କାନ୍ଦି କାନ୍ଦି ଦିନେ ମା'କୁ କହିଲି

କି ଜନ୍ମ ଦେଲୁ ଲୋ ମତେ

ମୋ ପୂର୍ଵ ପିଢ଼ି ଆଦର ପାଉଛି

ମୁଁ ପାଏ ଯାତନା କେତେ ll

ମୁଣ୍ଡ ଆଉଁସାଇ ଲୁହ ପୋଛି ଦେଇ

ମା'କହେ ହସି ହସି,

ପରଉପକାରେ ଜୀବନ ତେଜିଲେ

ଶ୍ରଦ୍ଧାଝରା ଯାଏ ବର୍ଷୀ ll

ପ୍ରତ୍ୟୋକ ପ୍ରାଣୀର ହିତ ଚିନ୍ତା କଲେ

ସଭିଏଁ ହୁଅନ୍ତି ଶାନ୍ତି ll

ଡେଣା ଦୁଇଟିକୁ ପାଇବା ପାଇଁ ମୁଁ

ତିଆରି କରିଲି କୋଷ

ପୁଣି ଏକାନ୍ତରେ କଲି ବାସ ll

ଅନେକ ଯତନ କରିକରି ପୁଣି

ଯାତନାର କଲି ଶେଷ

ସୁନ୍ଦର ଶରୀର ଧାରଣ ପରେ

ପ୍ରାଣୀ ହେଲା ପ୍ରିୟ ମିତ୍ର ll

ଶିଶୁରୁ ବୃଦ୍ଧ ଯାଏଁ

ଛୁଇଁ ଦେବ ପାଇଁ

ମୋ ପଛେ ଧାଆଁତି ନିତ୍ୟ ll

ଫୁଲରୁଫୁଲକୁ ଉଡ଼ି ମୁଁ ବୁଲିଲି

ସଭିଙ୍କର କଲି ହିତ,

ଯେଉଁ ଲୋକ ଦିନେ ନାକ ଟେକୁଥିଲା

ସେ ଦେଖି ହେଲା ପୁଲକିତ ll

ଗଛରୁ ଗଛକୁ ଉଡ଼ି ମୁଁ ବୁଲିଲି

ବଂଶ ବୃଦ୍ଧି କଲି,

ଅଭାବର ହେଲା ଅନ୍ତ ll


Rate this content
Log in

Similar oriya poem from Abstract