STORYMIRROR

Kabiratna Nutan Kumar Behera

Abstract Drama Inspirational

3  

Kabiratna Nutan Kumar Behera

Abstract Drama Inspirational

ଭୁଜତଳେ ରଖ ମହାବାହୁ

ଭୁଜତଳେ ରଖ ମହାବାହୁ

1 min
187

  


ଭୁଜତଳେ ରଖ ମହାବାହୁ

          ତୁମ ଭୁଜତଳେ ରଖ,

ବେଶି କିଛି ମାଗୁନାହିଁ ଆଉ

     ଦୁଃଖ ମୋର ଥରେ ଦେଖ।


ତୁମେ ଜଗନ୍ନାଥ ଅନ୍ତର୍ଯ୍ୟାମୀ

         ଚକା ନୟନରେ ଦେଖ,

ହୋଇ ସାରା ଜଗତର ସ୍ଵାମୀ

       ଦେଉଛ କାହିଁକି ଦୁଃଖ ?


ଭୁଜତଳେ ରଖ ମହାବାହୁ

କୃପାସିନ୍ଧୁ ବୋଲି ପଡ଼େ ହୁରି

        ବ୍ରହ୍ମାଣ୍ଡେ ତୁମେ ଶ୍ରୀମୁଖ,

ବାନା ଉଡ଼େ ଯୁଗ ଯୁଗ ଧରି

         ଭରିଦିଅ ପରା ସୁଖ।


ହୋଇ ତୁମେ ବିଧିର ବିଧାନ 

      ଭାଗ୍ୟଫଳ ଯେତେ ଲେଖ,

କପାଳକୁ କରି ହୀନିମାନ

       କି ଗୁଣ ମୋର ପରଖ ?


ଭୁଜତଳେ ରଖ ମହାବାହୁ

ତୁମେ ଥାଉଁ ଥାଉଁ ଭାବଗ୍ରାହୀ

        ହେବି କାହିଁକି ବିମୁଖ ?

ହୃଦୟ ବେଦନା ସହି

        ଆସିଛି ତୁମରି ପାଖ।


ଭକ୍ତି ଚିତ୍ତେ କରୁଛି ପ୍ରଣାମ

        ପଥ ମୋ ହେଉ ସଳଖ,

ଦୁନିଆଁରେ ଦେଇଛ ଜନମ

       ଜ୍ଞାନ ଦେଇ କର ଦକ୍ଷ।

ଭୁଜତଳେ ରଖ ମହାବାହୁ.


  

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract